କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମାନପୁର ଗାଁର ମୋନହର ସାହିର ଏକ ବୁଦା ମୂଳରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ସ୍ଥାନୀୟ ଏଏନଏମ୍ଙ୍କ ସହାୟତାରେ ୧୦୮ ଆମ୍ୱୁଲାନ୍ସରେ ଆଣି ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଗାଁର କିଛି ଲୋକ ପୋଖରୀକୁ ଶୌଚ ହେବା ପାଇଁ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ। ଏହାପରେ ଲୋକେ ଆଖପାଖରେ ଖୋଜାଖୋଜି କରିବା ବେଳେ କପଡ଼ାରେ ଗୁଡ଼ା ହୋଇଥିବା ଅବସ୍ଥାରେ ଶିଶୁଟିକୁ ବୁଦାମୂଳରୁ ଉଦ୍ଧାର କରିଥିଲେ। ଏହା ପରେ ସଙ୍ଗେ ସଙ୍ଗେ ପୋଖରୀ ପାଖରେ ଥିବା ମହିଳାମାନେ ନିଆଁ ଜାଳି ଶିଶୁଟିକୁ ସେକ ଦେଇଥିଲେ। ତା’ପରେ ଶିଶୁଟିକୁ ସ୍ଥାନୀୟ ଏଏନଏମ୍ଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।
from Odisha Reporter https://ift.tt/36r5gnK
No comments:
Post a Comment