ବେଙ୍ଗାଲୁରୁ: କର୍ଣ୍ଣାଟକାରେ ପୁଣି ଥରେ ଆରମ୍ଭ ହୋଇଛି ରାଜନୀତିକ ନାଟକ। ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଏକ ଭିଡିଓକୁ ନେଇ ଏବେ ସରକାରକୁ ଘେରିଛି କଂଗ୍ରେସ ଓ ଜେଡିଏସ। ଏହି ଭିଡିଓରେ ପୂର୍ବ ସରକାର ଭାଙ୍ଗିବା ପଛରେ ବିଜେପି ହିଁ ରହିଛି ବୋଲି ଜଣାପଡ଼ିଛି। ଏ ନେଇ ବିରୋଧୀ ଏବେ ବିଜେପିକୁ ସମାଲୋଚନା କରିଛି। ଆଗାମୀ ଦିନରେ ଏହି ଭିଡିଓକୁ ସୁପ୍ରିମକୋର୍ଟଙ୍କ ନିକଟରେ ଉପସ୍ଥାପନ କରିବ ବୋଲି ଦୁଇ ଦଳର ପ୍ରମୁଖ ନେତା କହିଛନ୍ତି। ଏଥିସହ କଂଗ୍ରେସ ୟେଦ୍ୟୁରପ୍ପା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କର ଇସ୍ତଫା ଦାବି କରିଛନ୍ତି।
ବିଜେପି ନେତା ୟେଦ୍ୟୁରପ୍ପାଙ୍କ ୭ ମିନିଟର ଭାଇରାଲ ଭିଡିଓରେ ସେ କହିଛନ୍ତି ଯେ, ‘ଆସ୍ଥା ଭୋଟର ସାମ୍ନା ନକରି କଂଗ୍ରେସ-ଜେଡ଼ିଏସ ବିଧାୟକ ମୁମ୍ୱାଇର ଏକ ପଞ୍ଚ ତାରକା ହୋଟେଲରେ ରହିବା ବାବଦରେ ଅମିତ ଶାହ ଜାଣିଛନ୍ତି। ୧୭ ବିଧାୟକ ତିନି ମାସ ଧରି ହୋଟେଲରେ ଥିଲେ। କେହି ନିଜ ନିର୍ବାଚନମଣ୍ଡଳୀ କି ପରିବାର ଲୋକଙ୍କୁ ଭେଟିପାରିନଥିଲେ। ଆପଣମାନେ ଜାଣିଛନ୍ତି କି ନାହିଁ ଜାଣିନି’।
ୟେଦ୍ୟୁରପ୍ପା ଏବେ ଏହି ଭିଡିଓରେ ତାଙ୍କର ଉପସ୍ଥିତିକୁ ନେଇ ଅସ୍ୱୀକାର କରି ନାହାନ୍ତି। ଦଳର ନେତାଙ୍କୁ ଉତ୍ସାହିତ କରିବାକୁ ଯାଇ ଏଭଳି କହିଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପଟେ କର୍ଣ୍ଣାଟକର ପୂର୍ବତନ ସରକାରର ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏହି ଭିଡିଓକୁ ନେଇ କହିଛନ୍ତି, ‘ପୂର୍ବରୁ ଦୁଇଟି କ୍ଲିପ କୋର୍ଟରେ ଉପସ୍ଥାପନା କରାଯାଇଛି। ଏବେ ଏହି କ୍ଲିପକୁ ମଧ୍ୟ ସରକାର ଭାଙ୍ଗିବା ପଛରେ ବିଜେପି ରହିଛି ବୋଲି ପ୍ରମାଣସ୍ୱରୂପ ଦିଆଯିବ’।
ରାଜ୍ୟ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁ ରାଓ ମଧ୍ୟ ଏବାବଦରେ ଟୁଇଟ କରି କହିସାରିଛନ୍ତି, ‘ବିଏସ ୟେଦ୍ୟୁରପ୍ପା ପୁଣିଥରେ ଅପରେଶନ କମଳ ଏବଂ ଅନୈତିକ ଭାବରେ କଂଗ୍ରେସ ବିଧାୟକଙ୍କୁ ଭାଙ୍ଗିବା ପଛରେ ସ୍ୱୀକାର କରିଛନ୍ତି। ଅମିତ ଶାହ ଦଳବଦଳକାରୀଙ୍କୁ ଅଢ଼େଇ ମାସ ଧରି ମୁମ୍ୱାଇର ଏକ ହୋଟେଲରେ ରଖିଥିଲେ ବୋଲି ସ୍ପଷ୍ଟ ହୋଇଛି। ପୂରା ଘଟଣା ପଛରେ ବିଜେପି ହିଁ ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଏହାପରେ ବି କଣ ବଡ଼ ପ୍ରମାଣର ଆବଶ୍ୟକତା ରହିଛି କି?’
ଗୁଣ୍ଡୁ ଆହୁରି କହିଛନ୍ତି, ଆମେ ଏ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିବୁ। ଏଥିସହ ଅମିତ ଶାହ ଓ ୟେଦ୍ୟୁରପ୍ପାଙ୍କ ଇସ୍ତଫା ଦାବି କରୁଛୁ।
@bsybjp again confesses about operation Kamala & the immoral defection of @INCIndia MLA’s.
He also clearly reveals that @AmitShah took care of the defectors for 2.5 months in Mumbai.
What more damning proof required that @BJP4India masterminded this entire operation. pic.twitter.com/Oi1PrbdsSN
— ದಿನೇಶ್ ಗುಂಡೂರಾವ್/ Dinesh Gundu Rao (@dineshgrao) November 1, 2019
ସୂଚନାଯୋଗ୍ୟ, କୁମାରସ୍ୱାମୀ ସରକାର ଭାଙ୍ଗିବା ପଛରେ ବିଜେପିର କୌଣସି ଭୂମିକା ନାହିଁ ବୋଲି ବିଜେପି କହିଆସୁଛି। ଜୁଲାଇରେ ଜେଡିଏସ-କଂଗ୍ରେସର ମୋଟ ୧୭ ବିଧାୟକ ଇସ୍ତଫା ଦେଇଥିଲେ। ଏହାପରେ ମେଣ୍ଟ ସରକାର ଭାଙ୍ଗିଯାଇଥିଲା। ଅଗଷ୍ଟରେ ବିଏସ୍ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଢ଼ିଛି।
from Odisha Reporter https://ift.tt/2PHzywL
No comments:
Post a Comment