ସରକାରରେ ସାମିଲ ହେବ କି ନାହିଁ ଦୋଛକିରେ ଏନସିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 2, 2019

ସରକାରରେ ସାମିଲ ହେବ କି ନାହିଁ ଦୋଛକିରେ ଏନସିପି

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ୯ ଦିନ ପରେ ସରକାର ଗଢ଼ିବା ସମ୍ଭବ ହୋଇପାରି ନାହିଁ। ବିଜେପି-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲେ ମଧ୍ୟ ସରକାର ଗଠନ ହେଲେ ନେତୃତ୍ୱକୁ ନେଇ ବିଜେପି-ଶିବସେନା ମୁହାଁମୁହିଁ ହୋଇଛନ୍ତି। ବିଜେପିକୁ ବାଦ୍ ଦେଇ ଶିବସେନା ସରକାର ଗଢ଼ିବାକୁ ପ୍ରୟାସ କରୁଛି। ହେଲେ ସମସ୍ତ ସମ୍ଭାବନା ଏନସିପି ପାଇଁ ମଉଳିଯାଉଥିବା ଜଣାପଡ଼ିଛି। ଏନସିପି ମୁଖପାତ୍ର ନବାବ ମଲିକ ଟୁଇଟ କରି କହିଛନ୍ତି, ଯଦି ଶିବସେନା ବିଜେପିକୁ ବାଦ ଦେଇ ଲୋକଙ୍କ ଭଲ ପାଇଁ ସରକାର ଗଢ଼ିବାକୁ ଚିନ୍ତା କରୁଛି, ତାହେଲେ ଏନସିପି କିଛି ସକରାତ୍ମକ ଆଲୋଚନା କରିପାରେ। କିନ୍ତୁ ଗତକାଲି ଶିବସେନାକୁ ସମର୍ଥନ ନେଇ ଏନସିପି ମୁଖ୍ୟ ଶରଦ ପାଓ୍ୱାର କହିଥିଲେ ମହାରାଷ୍ଟ୍ରବାସୀ ତାଙ୍କୁ ବିରୋଧୀ ଆସନରେ ବସିବା ପାଇଁ ଭୋଟ ଦେଇଛନ୍ତି। ତେଣୁ ତାଙ୍କ ଦଳ ସରକାରରେ ସାମିଲ ହେବନି। ଦୁଇ ଦିନ ଭିତରେ ଦଳର ଦୁଇ ପ୍ରମୁଖ ନେତାଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ଇଙ୍ଗିତ କରିଛି ଯେ ନିଜେ ଏନସିପି ଏବେ ସରକାରରେ ସାମିଲ ହେବ କି ନାହିଁ ଦୋଛକିରେ ରହିଛି।

ଅନ୍ୟପଟେ ରାଜ୍ୟରେ ଏନସିପି ସହ କଂଗ୍ରେସ ମେଣ୍ଟ କରିଛି। ଶିବସେନାକୁ ସରକାର ଗଢ଼ିବାକୁ ହେଲେ ଉଭୟ ଏନସିପି ଏବଂ କଂଗ୍ରେସର ସମର୍ଥନ ଆବଶ୍ୟକ ରହିଛି। କଂଗ୍ରେସ ସମର୍ଥନ ଦେବ କି ନାହିଁ ସ୍ପଷ୍ଚ କରିନି। ହେଲେ ଆବଶ୍ୟକ ପଡ଼ିଲେ ଶିବସେନାକୁ ବାହାରୁ କଂଗ୍ରେସ ସମର୍ଥନ ଦେଇପାରେ ବୋଲି ଜଣାପଡ଼ିଛି। ମାତ୍ର ୪୪ଟି ଆସନରେ କଂଗ୍ରେସ ବିଜୟୀ ହୋଇଛି ନିର୍ବାଚନରେ। ତେଣୁ କଂଗ୍ରେସ ଏଠି ସରକାରରେ ରହିବାକୁ କେବେ ଭାବିନଥିଲା। ହେଲେ ବିଜେପି-ଶିବସେନା ମଧ୍ୟରେ ବିବାଦ ଦେଖାଦେବା ପରେ ଆବଶ୍ୟକ ପଡ଼ିଲେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ସମର୍ଥନ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଯେହେତୁ ଦଳର ସ୍ଥିତି ସେତେଟା ଭଲ ନାହିଁ ତେଣୁ ସମସ୍ତ ପଦକ୍ଷେପ ହାତେ ମାପି ଚାଖଣ୍ଡେ ଚାଲିଲା ପରି ନେଉଛି।

ନିକଟରେ ରାଜ୍ୟର କଂଗ୍ରେସ ନେତା ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ସୋନିଆ ସମସ୍ତ ରାଜନୀତିକ ମେଣ୍ଚ ସମ୍ଭାବନାକୁ ନେଇ ଅବଗତ ହେବା ପରେ ତରବରିଆ ଭାବରେ ନିଷ୍ପତ୍ତି ନେବା ବଦଳରେ ଘଟଣା ଉପରେ ନଜର ରଖି ଅପେକ୍ଷା କରିବାକୁ ଦଳୀୟ ନେତାଙ୍କୁ କହିଥିବା ସୂଚନା ରହିଛି।



from Odisha Reporter https://ift.tt/36uMgoz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages