ଗାଁ ଦାଣ୍ଡରୁ ଅପହୃତା ଯୁବତୀ ମାମୁ ଘରୁ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 4, 2019

ଗାଁ ଦାଣ୍ଡରୁ ଅପହୃତା ଯୁବତୀ ମାମୁ ଘରୁ ଉଦ୍ଧାର

ବାଙ୍କୀ(ସଞ୍ଜୀବ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ଥାନା ଅଞ୍ଚଳରୁ ଗତ ୩ ତାରିଖରେ ଅପହୃତା ଜଣେ ଯୁବତୀ ଗତକାଲି  ନିଜ ମାମୁ ଘରୁ  ଉଦ୍ଧାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅପହରଣକାରୀମାନେ ସମ୍ପୃକ୍ତ ଯୁବତୀଙ୍କୁ ସୁରଟ ନେବାକୁ ଯୋଜନା କରିବା ପରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ଅଧିକ ଖୋଳତାଡ଼ ଜାରି ରଖିଛି।

ଗତ ୩ ତାରିଖ ସନ୍ଧ୍ୟାରେ ଘର ପାଖ ନଳକୂପକୁ ପାଣି ଆଣିବାକୁ ଯୁବତୀଜଣକ ଯାଇଥିଲେ। ସେଠାରେ ୪ ଯୁବକ ପହଞ୍ଚି ତାଙ୍କୁ ଏକ ଅଟୋରେ ଅପହରଣ କରି ନେଇଯାଇଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରି ଝିଅକୁ ନ ପାଇବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ।

ଉକ୍ତ ଯୁବକମାନେ ଯୁବତୀଙ୍କୁ ଭୁବନେଶ୍ୱର ନେଇଯାଇଥିବା ବେଳେ ସେଠାରୁ ଟ୍ରେନ୍‌ରେ ସୁରଟ ନେବାକୁ ଯୋଜନା କରିଥିଲେ।  ସେମାନେ ପ୍ରଥମେ ଏକ ଅଟୋରେ ଯୁବତୀଙ୍କ ହାତଗୋଡ଼ ବାନ୍ଧି ଭୁବନେଶ୍ୱରରୁ ଜଟଣୀ ଷ୍ଟେସନକୁ ଅଭିମୁଖେ ଯାଇଥିଲେ । ରାସ୍ତାରେ ଅଟୋରୁ ଉକ୍ତ ଯୁବକମାନେ କିଛି ସମୟ ପାଇଁ ଓହ୍ଲାଇ ଅଳ୍ପ ଦୂରକୁ ଯାଇଥିଲେ। ଯୁବତୀଙ୍କ ଏପରି ଅବସ୍ଥା ଦେଖି ଆଉ ଜଣେ ଅଟୋବାଲା ତାଙ୍କୁ ଉଦ୍ଧାର କରି  ନିକଟରେ ଥିବା ତାଙ୍କ ମାମୁ ଘରେ ଛାଡ଼ି ଦେଇଥିଲେ।

ଖବର ପାଇ ପୁଲିସ୍‌ ସମେତ ପରିବାର ଲୋକେ ଗତକାଲି ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ପୁଲିସ୍‌ ଯୁବତୀଙ୍କୁ ଥାନାକୁ ଆଣିଥିବା ବେଳେ ତାଙ୍କର ଡାକ୍ତରୀ ମାଇନା ହୋଇଥିବା ଜଣାଯାଇଛି। ପୁଲିସ୍‌ ୨ ଅଟକଙ୍କୁ ପଚରାଉଚୁରା ଜାରି ରହିଛି  ।



from Odisha Reporter https://ift.tt/32jS7JQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages