ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଏବେ କେବଳ ବଲିଉଡ୍ରେ ସିମୀତ ନାହାନ୍ତି। ସେ ହଲିଉଡ୍ରେ ମଧ୍ୟ ନିଜର ଏକ ସଫଳ ପରିଚୟ ସୃଷ୍ଟି କରିସାରିଲେଣି। ପ୍ରିୟଙ୍କା ଏବେ ଗ୍ଲୋବାଲ ଆଇକନ୍ ହୋଇଗଲେଣି। ସେ ସାରା ବିଶ୍ୱରେ ସମସ୍ତଙ୍କ ପ୍ରଥମ ପସନ୍ଦର ନାୟିକା ପାଲଟିଛନ୍ତି। ଏପରିକି ବଲିଉଡ୍ର ଦୁଇ ଖାନ୍ ସଲମାନ୍ ଓ ଶାହାରୁଖଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି।
ନିକଟରେ SEMrush ସଫ୍ଟୱେୟାର୍ ତରଫରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ସାରା ବିଶ୍ୱର ଦର୍ଶକଙ୍କ ଉପରେ ସବୁଠୁ ଅଧିକ ପ୍ରଭାବ ପକାଇଥିବା ବଲିଉଡ୍ ଷ୍ଟାର୍ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା। ସର୍ଭେ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୧୮ରୁ ଅକ୍ଟୋବର ୨୦୧୯ ଭିତରେ ପ୍ରିୟଙ୍କାଙ୍କ ନାଁ ୨.୭୪ ନିୟୁତ ଥର ସର୍ଚ୍ଚ କରାଯାଇଛି। ପ୍ରିୟଙ୍କାଙ୍କ ପରେ ଏହି ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ଦୀପିକା ପାଦୁକୋନ ଓ ତୃତୀୟ ନମ୍ବରରେ ସନ୍ନି ଲିଓନ୍ ଅଛନ୍ତି।
ଏହି ସର୍ଭେରେ କିନ୍ତୁ ଜଣାପଡ଼ିଛି ଯେ ସର୍ଚ୍ଚ ଲିଷ୍ଟରେ ସବୁବେଳେ ନମ୍ବର ୱାନ୍ରେ ରହୁଥିବା ଦବଙ୍ଗ ଖାନ୍ଙ୍କୁ ମାତ୍ ଦେଇଛନ୍ତି ପ୍ରିୟଙ୍କା। ଚଳିତ ବର୍ଷ ସଲମାନ୍ ଖାନ୍ଙ୍କୁ ୧.୮୩ ନିୟୁତ ଥର ଫ୍ୟାନ୍ମାନେ ସର୍ଚ୍ଚ କରିଛନ୍ତି। ଯାହାକି ପ୍ରିୟଙ୍କାଙ୍କ ତୁଳନାରେ ଅନେକ କମ୍। ଯଦି ଏହି ଲିଷ୍ଟରେ କେବଳ ମେଲ୍ ଷ୍ଟାର୍ଙ୍କ କଥା କହିବା ତେବେ ସଲ୍ମାନ୍ଙ୍କ ପରେ ଶାହାରୁଖ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଓ ତୃତୀୟ ସ୍ଥାନରେ ସ୍ୱର୍ଗତ ଅମରେଶ ପୁରୀ ଅଛନ୍ତି।
ନିକଟରେ ପ୍ରିୟଙ୍କା ଫିଲ୍ମ ‘ସ୍କାଇ ଇଜ୍ ପିଙ୍କ୍’ ଜରିଆରେ ବଲିଉଡ୍ରେ କମ୍ ବ୍ୟାକ୍ କରିଛନ୍ତି। ଫିଲ୍ମରେ ସେ ଫରହାନ୍ ଅଖତର୍ଙ୍କ ସହ ଅଭିନୟ କରିଥିଲେ। ଆଗକୁ ସେ ରାଜକୁମାର ରାଓଙ୍କ ସହ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର୍’ରେ ନଜର ଆସିବେ। ଏହାର ଶୁଟିଂ ଏବେ ଦିଲ୍ଲୀରେ ଚାଲିଛି।
from Odisha Reporter https://ift.tt/2CWcwui
No comments:
Post a Comment