ଟିଫିନ୍‌ ବ୍ୟବସାୟ କରୁଛନ୍ତି ସଲମାନ୍‌ଙ୍କ ହିରୋଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 19, 2019

ଟିଫିନ୍‌ ବ୍ୟବସାୟ କରୁଛନ୍ତି ସଲମାନ୍‌ଙ୍କ ହିରୋଇନ୍‌

ମୁମ୍ୱାଇ : ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ହେଉଛନ୍ତି ପୂଜା ଡଡବାଲ୍‌। ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ବିରଗତି’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ପୂଜା ‘ଦବ୍‌ଦବା’, ‘ସିନ୍ଦୂର କି ସୌଗନ୍ଧ’, ‘ହିନ୍ଦୁସ୍ଥାନ’, ‘ଜିନେ ନେହିଁ ଦୁଙ୍ଗୀ’, ‘ମ୍ୟାଡମ୍ ନମ୍ୱର ୧’, ‘କୁଛ୍‌ କରୋ ନା’, ‘ମୃତ୍ୟୁ’, ‘ତୁମସେ ପ୍ୟାର୍‌ ହୋ ଗୟା’ ଫିଲ୍ମରେ କାମ କରିବା ସହିତ ଅନେକ ଟିଭି ସିରିଏଲ୍‌ରେ କାମ କରି ସାରିଛନ୍ତି।

ଏତେ ସଫଳତା ପାଇବା ପରେ ମଧ୍ୟ ପୂଜା ଆଜି ଭିଡ଼ ଭିତରେ କେଉଁଆଡ଼େ ହଜି ଯାଇଛନ୍ତି। କାମ ନମିଳିବାରୁ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ବର୍ତ୍ତମାନ ଟିଫିନ୍‌ ବ୍ୟବସାୟ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚରେ ପୂଜା ଟିବି ଜନିତ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ। ଚିକିତ୍ସା ପାଇଁ ଅର୍ଥ ନଥିବାରୁ ସଲମାନ୍‌ ଖାନ୍‌ ତାଙ୍କୁ ସାହାଯ୍ୟ କରିଥିଲେ। ଦୀର୍ଘ ୯ରୁ ୧୦ ମାସ ଧରି ପୂଜାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସଲମାନ୍‌ ହିଁ ଉଠାଇଥିଲେ। କିନ୍ତୁ ସୁସ୍ଥ ହେବା ପରେ ପୂଜାଙ୍କୁ କାମ ମିଳିବା ବନ୍ଦ ହୋଇଯାଇଛି। ଏଥିପାଇଁ ସେ ବଲିଉଡ୍‌ର ଅନେକ ବରିଷ୍ଠ କଳାକାରଙ୍କୁ କାମ ମାଗୁଥିବା ଜଣାପଡ଼ିଛି।

ନିକଟରେ ଏକ ଇଣ୍ଟରଭ୍ୟୁ ଦେଇ ସେ କହିଛନ୍ତି, ‘ମୁଁ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ସାଙ୍ଗଙ୍କ ସହିତ ଦେଖା କରି, କାମ ମାଗିଛି। କାମ ଦେବା ପାଇଁ ସେମାନେ ମୋତେ ଆଶ୍ୱାସନା ଦେଇଛନ୍ତି। ପୁଣି ଥରେ ଶଯ୍ୟାଶାୟୀ ହେବା ପୂର୍ବରୁ ମୋତେ କାମ ମିଳିଯିବ ବୋଲି ମୋର ଆଶା। ମୋତେ କାହାର ଦୟାର ଆବଶ୍ୟକତା ନାହିଁ। ମୁଁ ଜଣେ ଭଲ ଅଭିନେତ୍ରୀ। କାମ ଭଲ ଭାବରେ ଜାଣିଛି। ଚଳିବା ପାଇଁ ବର୍ତ୍ତମାନ ମୁଁ ନିଜର ଟିଫିନ୍‌ ବ୍ୟବସାୟ ଆରମ୍ଭ କରିଛି। ଭଗବାନ ଓ ନିଜ ଉପରେ ମୋର ଭରସା ରହିଛି। ଖୁବ୍‌ ଶୀଘ୍ର ମୋତେ କାମ ମିଳିଯିବ।



from Odisha Reporter https://ift.tt/339oxaE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages