ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 4, 2019

ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

ନୂଆଦିଲ୍ଲୀ : ବିବାଦର ଅନ୍ୟ ନାମ ସୋନା ମହାପାତ୍ର। ସୋନାଙ୍କୁ ନେଇ ନିର୍ମାଣ ହୋଇଛି ଡକ୍ୟୁମେଣ୍ଟାରୀ ‘ସଟ୍‌ଅପ୍‌ ସୋନା’। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଦୀପ୍ତି ଗୁପ୍ତା।

ଓଡ଼ିଶା ମାଟିରୁ ଯାଇ ବଲିଉଡ୍‌ରେ ଜଣେ ସଫଳ ଗାୟିକା ହୋଇ ପାରିଥିବା ଝିଅ ହେଉଛନ୍ତି ସୋନା। ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଅତୀତରେ ସମସ୍ତଙ୍କ ପାଖରେ ଅପ୍ରିୟ ହୋଇପଡ଼ିଥିବା ସୋନାଙ୍କର ବିବାଦୀୟ ସମସ୍ତ ଘଟଣାକୁ ଏହି ଡକ୍ୟୁମେଣ୍ଟାରୀରେ ସ୍ଥାନ ଦିଆଯାଇଛି।

ଯେପରି ‘ଆହେ ନୀଳ ଶୈଳ’ ଗୀତକୁ ଅପଭ୍ରଂଶ କରି ଗାଇବା। ଏହି ଗୀତ ଗାଇବା ପରେ ସୋନା ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। କେବଳ ଏହି ଗୋଟିଏ ନୁହେଁ, ‘ମି ଠୁ’ ଅଭିଯାନରେ ସାମିଲ ହୋଇ ସେ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଇଥିଲେ। ଯେଉଁ ଅଭିଯୋଗ ପରେ ତାଙ୍କୁ ଇଣ୍ଡିଆନ ଆଇଡଲ୍ ଶୋ’ର ବିଚାରପତି ଆସନ ଛାଡ଼ିବାକୁ ପଡ଼ିଥିଲା।

ସେହିପରି ନିକଟରେ ‘ମି ଠୁ’ ଅଭିଯାନକୁ ନେଇ ସେ ସଚ୍ଚିନ ତେନ୍ଦୁଲକରଙ୍କୁ ମଧ୍ୟ କଟାକ୍ଷ କରିବାକୁ ପଛାଇନାହାନ୍ତି।

ଏପରିକି ୨୦୧୬ ମସିହାରେ ‘ସୁଲତାନ’ ଫିଲ୍ମର ଶୁଟିଂ ସମୟରେ ସଲମାନ୍ ଖାନ୍‌ ଦେଇଥିବା ଅଭଦ୍ର କମେଣ୍ଟକୁ ବିରୋଧ କରିଥିଲେ ସୋନା। ଯାହା ପରେ ତାଙ୍କୁ ମିଳିଥିଲା ଜୀବନରୁ ମାରିଦେବାର ଧମକ। ଏହି ଘଟଣା ପରେ ସୋନା ସଲମାନ୍‌ ଖାନଙ୍କର ମଧ୍ୟ ଶତ୍ରୁ ପାଲଟି ଯାଇଥିଲେ।

ଏହି ସମସ୍ତ ଘଟଣାକୁ ନେଇ ନିର୍ମାଣ ହୋଇଥିବା ‘ସଟ୍‌ଅପ୍‌ ସୋନା’ ଡକ୍ୟୁମେଣ୍ଟାରୀର ପ୍ରିମିୟର୍‌ ଶୋ’କୁ ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶନ କରାଯାଇଛି।

 



from Odisha Reporter https://ift.tt/2CpnXdX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages