ନିଆରା ଢ଼ଙ୍ଗରେ ଜେନିଫର୍‌ କଲେ ପ୍ରୋମୋ ଶୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 13, 2019

ନିଆରା ଢ଼ଙ୍ଗରେ ଜେନିଫର୍‌ କଲେ ପ୍ରୋମୋ ଶୁଟ୍‌

ମୁମ୍ୱାଇ : ଟିଭି ଦୁନିଆର ଅଭିନେତ୍ରୀ ଜେନିଫର୍‌ ୱିଙ୍ଗେଟ୍‌ ସିରିଏଲ୍‌ ‘ବେହଦ୍‌’ରେ ଚମତ୍କାର ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଖୁବ୍‌ ଶୀଘ୍ର ଜେନିଫର୍‌ଙ୍କର ‘ବେହଦ୍‌-୨’ ସିକ୍ୱେଲ୍‌ ଆସିବାକୁ ଯାଉଛି। ‘ବେହଦ୍‌’ରେ ପ୍ରଥମ ଭାଗ ପାଇଁ ଜେନିଫର୍‌ ଯେତିକି ପରିଶ୍ରମ କରି ନିଜ ଚରିତ୍ରକୁ ଲୋକଲୋଚନକୁ ଆଣିଥିଲେ, ଦ୍ୱିତୀୟ ଭାଗରେ ମଧ୍ୟ ସେପରି ପରିଶ୍ରମ କରିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ‘ବେହଦ୍‌-୨’ର ପ୍ରୋମୋ ଶୁଟ୍‌ କରିବା ପାଇଁ ଜେନିଫର୍‌ ନିଜକୁ ଆଘାତ ପହଞ୍ଚାଇବାକୁ ମଧ୍ୟ ପଛାଇ ନାହାନ୍ତି। ସିରିଏଲର୍‌ ନିର୍ଦ୍ଦେଶକ ବିଜୟ ମୌର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗୋଟିଏ ଶଟ୍‌ରେ ଜେନିଫର୍‌ଙ୍କୁ ନଖରେ ଚଟାଣକୁ ସ୍କ୍ରାଚ୍‌ କରିବାର ଥିଲା। କିନ୍ତୁ ଏହି ଶଟ୍‌ ପାଇଁ ଜେନିଫର୍‌ ତାଙ୍କ ପ୍ରକୃତ ନଖର ବ୍ୟବହାର କରିଥିଲେ। ଏଥିପାଇଁ ତାଙ୍କ ନଖକୁ ଆଘାତ ମଧ୍ୟ ଲାଗିଥିଲା।

ଏପରିକି ‘ବେହଦ୍‌-୨’ର ପ୍ରୋମୋ ଶୁଟ୍‌କୁ ଜେନିଫର୍‌ ବିନା କୌଣସି ଅଭିଯୋଗରେ କରିଥିଲେ। ତେଣୁ ଶୋ’ ପ୍ରତି ଜେନିଫର୍‌ଙ୍କର କେତେ ନିଷ୍ଠା ରହିଛି, ତାହା ଏଥିରୁ ହିଁ ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ‘ବେଦଦ୍‌-୨’ର ୩ଟି ପ୍ରୋମୋ ଭିଡିଓ ନିକଟରେ ରିଲିଜ୍‌ ହୋଇସାରିଛି। ଏହି ତିନୋଟିଯାକ ଭିଡିଓକୁ ଦର୍ଶକେ ପସନ୍ଦ ମଧ୍ୟ କରିଛନ୍ତି। ୨ ଡିସେମ୍ୱରରୁ ସିରିଏଲ୍‌ ‘ବେହଦ୍‌-୨’ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି। ଏହି ସିରିଏଲ୍‌ରେ ଜେନିଫର୍‌ ଖଳନାୟିକା ‘ମାୟା’ ଚରିତ୍ରରେ ଅଭିନୟ କରିଛନ୍ତି।



from Odisha Reporter https://ift.tt/33Y7k4Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages