‘ପାନିପତ’କୁ ନେଇ ପୁଣି ବିବାଦ, ନିର୍ମାତାଙ୍କୁ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 28, 2019

‘ପାନିପତ’କୁ ନେଇ ପୁଣି ବିବାଦ, ନିର୍ମାତାଙ୍କୁ ନୋଟିସ୍‌

ମୁମ୍ୱାଇ: ଏଇ ଡିସେମ୍ବର ୬ ତାରିଖରେ ରିଲିଜ୍ ହେବ ବଲିଉଡ୍‌ ଫିଲ୍ମ ‘ପାନିପତ’। ଏଥିରେ ସଞ୍ଜୟ ଦତ୍ତ, ଅର୍ଜୁନ କପୁର ଓ କୃତି ସାନନ୍ ପ୍ରମୁଖ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ତେବେ ଟ୍ରେଲରେ ରିଲିଜ୍‌ ହେବା ପରଠାରୁ ବିଭିନ୍ନ କାରଣ ପାଇଁ ଫିଲ୍ମଟି ବିବାଦ ଘେରରେ ରହିଛି। ଫିଲ୍ମ ରିଲିଜ୍‌କୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏହା ପୁଣି ଏକ ନୂଆ ବିବାଦରେ ଫସିଛି। ଏଥିପାଇଁ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଛି।

ସୂଚନା ମୁତାବକ ମଧ୍ୟ ପ୍ରଦେଶର ଭୋପାଳରେ ରହୁଥିବା ପେଶୱା ବାଜୀରାଓଙ୍କ ଅଷ୍ଟମ ପିଢ଼ିର ସଦସ୍ୟ ନୱାବଜାଦା ଶାଦାବ ଅଲୀ ବାହାଦୁର୍‌ ଫିଲ୍ମର ନିର୍ମାତା ସୁନୀତା ଗୋୱାରିକର୍‌ ଓ ରୋହିତ ଶେଲତାକରଙ୍କ ସହିତ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର୍‌ଙ୍କୁ ‘ପାନିପତ’ରେ ଥିବା ଏକ ବିଶେଷ ଡାଏଲଗ୍‌କୁ ନେଇ ନୋଟିସ୍ ଜାରି କରିଛନ୍ତି।

ସେ କହିଛନ୍ତି ଯେ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର୍‌ ‘ପାନିପତ’ରେ ମହାନ୍‌ ମରାଠା ସେନାପତି ଓ ତାଙ୍କର ଦ୍ୱିତୀୟ ସ୍ତ୍ରୀ ମସ୍ତାନୀଙ୍କୁ ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିଛନ୍ତି। ଏହି ଫିଲ୍ମ ବିରୋଧରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଟ୍ରେଲରେ ପାର୍ବତୀ ବାଈ ଭୂମିକାରେ ଅଭିନୟ କରୁଥିବା କୃତି ସାନନ୍ କହିଛନ୍ତି, “ମୁଁ ଶୁଣିଛି, ପେଶୱା ଯେବେ ଏକୁଟିଆ କୌଣସି ଅଭିଯାନରେ ଯା’ନ୍ତି, ଫେରିବା ବେଳେଜଣେ ମସ୍ତାନୀକୁ ସାଙ୍ଗରେ ଧରି ଆସନ୍ତି।’’ ଏହି ଡାଏଲଗ୍‌ଟି ପେଶୱା ବାଜୀରାଓଙ୍କ ପ୍ରତି ଅପମାନ ବୋଲି ନୱାବଜାଦା ଶାଦାବ ଅଲ୍ଲୀ ବାହାଦୁର୍‌ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ‘ପାନିପତ’ରେ ହୋଇଥିବା ତୃତୀୟ ଲଢ଼େଇର କାହାଣୀକୁ ନେଇ ଫିଲ୍ମ ‘ପାନିପତ’ ତିଆରି ହୋଇଛି। ୧୭୬୧ ମସିହାରେ ମରାଠା ଓ ଆଫଗାନ୍‌ ରାଜା ଅହମ୍ମଦ ଶାହ ଅବ୍‌ଦାଲୀଙ୍କ ମଧ୍ୟରେ ଏହି ଲଢ଼େଇ ହୋଇଥିଲା।



from Odisha Reporter https://ift.tt/2XWSyt2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages