ଟ୍ରକ୍‌କୁ ଧକ୍କା ଦେଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ଟ୍ରକ୍‌କୁ ଧକ୍କା ଦେଲା ବସ୍‌

ଜଳେଶ୍ୱର (ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନାମ୍ପୋଠାରେ ଏକ  ବସ୍‌ ଏକ ଟ୍ରକ୍‌କୁ ପଛପଟରୁ ଧକ୍କା ଦେବାରୁ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ‘ନୁରାନି’ ନାମକ ଏହି ବସ୍‌ ଚନ୍ଦନେଶ୍ୱରରୁ ଜଳେଶ୍ୱର ଯାଉଥିଲା। ଏହି ସମୟରେ ବସ୍‌ଟି ଚଳନ୍ତା ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଥିବା ଯାତ୍ରୀଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର, ହେଲପର୍‌ ଓ କଣ୍ଡକ୍ଟର ଫେରାର୍ ହୋଇଯାଇଥିଲେ। ପୁଲିସ୍‌ ବସ୍‌କୁ ଜବତ କରି ତଦନ୍ତ କରୁଛି।



from Odisha Reporter https://ift.tt/34Wsz7B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages