ଅକ୍ଷୟ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ଅକ୍ଷୟ ଆହତ

ମୁମ୍ବାଇ: ‘ହାଉସ୍‌ଫୁଲ୍‌ ୪’ ଜରିଆରେ ବକ୍ସ ଅଫିସ୍‌ରେ ଧମାଲ କରିଥିବା ବେଳେ ଅକ୍ଷୟ କୁମାର ଏବେ ଷ୍ଟାର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ଖବର ଆସିଛି ଯେ ‘ସୂର୍ଯ୍ୟବଂଶୀ’ ସେଟ୍‌ରେ ସେ ଆହତ ହୋଇଯାଇଛନ୍ତି। କିନ୍ତୁ ଏଥିପାଇଁ ସେ ଶୁଟିଂ ବନ୍ଦ କରି ନାହାନ୍ତି।

ସୂଚନା ଅନୁଯାୟୀ, ଅକ୍ଷୟ ଫିଲ୍ମରେ କିଛି ଆକ୍ସନ୍‌ ସିନ୍ ଶୁଟିଂ କରୁଥିବା ସମୟରେ ଆହତ ହୋଇଥିଲେ। ତାଙ୍କ ବାମ ହାତରେ ଆଘାତ ଲାଗିଛି। କୁହାଯାଉଛି,  ତାଙ୍କ ହାତର ଶିରାରେ କିଛି ସମସ୍ୟା ଦେଖାଦେଇଛି। ପ୍ରାଥମିକ ଚିକିତ୍ସା ପରେ ସେ ଶୁଟିଂ ଆରମ୍ଭ କରି ଦେଇଛନ୍ତି। ଫିଲ୍ମର ଏକ ଟିଜର୍‌ ରିଲିଜ୍‌ ହୋଇଛି, ଯେଉଁଥିରେ ସେ ହାତରେ ଏକ କଳା ପଟି ବାନ୍ଧିଥିବା ସ୍ପଷ୍ଟ ଜଣାପଡ଼ୁଛି।

ଏହି ଫିଲ୍ମ ଜରିଆରେ ଦର୍ଶକ ପୁଣି ଥରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କୁ ଏକାଠି ଦେଖିପାରିବେ। ପାଖାପାଖି ୯ ବର୍ଷ ପରେ ଏଦୁହେଁ ପୁଣି ପରଦାରେ ଏକାଠି ଦେଖାବାକୁ ମିଳିବ। ଶେଷଥର ପାଇଁ ଏମାନଙ୍କୁ ଫିଲ୍ମ ‘ତିସ୍‌ମାର୍‌ ଖାନ୍‌’ରେ ଏକାଠି ଦଖିବାକୁ ମିଳିଥିଲା। ଏହି ଯୋଡ଼ି ବଲିଉଡ୍‌କୁ ‘ନମସ୍ତେ ଲଣ୍ଡନ୍‘, ‘ହମ୍‌କୋ ଦିୱାନା କର୍‌ଗୟେ’, ‘ସିହଂ ଇଜ୍ କିଙ୍ଗ୍’ ଓ ‘ୱେଲକମ୍‌’ ପରି ସୁପର୍‌ହିଟ୍‌ ଫିଲ୍ମ ଦେଇଛନ୍ତି।

ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ବଲିଉଡର ଦୁଇ ଜଣ ବଡ଼ ନିର୍ମାତା ରୋହିତ ଶେଟ୍ଟୀ ଓ କରଣ ଜୋହର୍‌ ମିଶି ତିଆରି କରୁଛନ୍ତି। ଫିଲ୍ମର ଅଧିକାଂଶ ସିନ୍‌ର ଶୁଟିଂ ବ୍ୟାଙ୍କକ୍‌, ହାଇଦ୍ରାବାଦ୍‌ ଓ ମୁମ୍ବାଇରେ ହୋଇଛି। ଏହି ଫିଲ୍ମଟି ରୋହିତ୍‌ଙ୍କ କୋପ୍‌ (ପୁଲିସ୍) ସିରିଜ୍‌ର ଚତୁର୍ଥ ଫିଲ୍ମ। ଏହା ପୂର୍ବରୁ ଏହି ସିରିଜ୍‌ର ଫିଲ୍ମ ‘ସିଙ୍ଘମ୍‌’ ଓ ‘ସିଙ୍ଘମ୍ ରିଟର୍ନସ୍’ରେ ଅଜୟ ଦେବ୍‌ଗନ ଓ ତୃତୀୟ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହ ଅଭିନୟ କରିଥିଲେ। ଅକ୍ଷୟ ପ୍ରଥମଥର ପାଇଁ ଏହି ସିରିଜ୍‌ରେ କାମ କରୁଛନ୍ତି।  ସେ ଏଥିରେ ଏଟିଏସ୍ (ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍) ଚିଫ୍‌ ଭୂମିକାରେ ଅଭିନୟ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଅଜୟ ଦେଭଗନ୍‌ ଓ ରଣବୀର ସିଂହଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ମାର୍ଚ୍ଚ ୨୭ରେ ଫିଲ୍ମଟି ରିଲିଜ୍‌ ହେବ।

 



from Odisha Reporter https://ift.tt/36P8otH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages