ପାର୍କିଂରୁ ଗାଡ଼ି ଚୋରି ହେଲେ କିଏ ଦାୟୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ପାର୍କିଂରୁ ଗାଡ଼ି ଚୋରି ହେଲେ କିଏ ଦାୟୀ?

ନୂଆଦିଲ୍ଲୀ: ‘ପାର୍କିଂରେ ନିଜ ସୁରକ୍ଷାରେ ନିଜ ଗାଡ଼ି ରଖନ୍ତୁ’ ଏଭଳି ନୋଟିସ ମାରି ଆଉ ହୋଟେଲ କତ୍ତୃପକ୍ଷ ଖସି ଯାଇପାରିବେ ନାହିଁ। ଏ ନେଇ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ପାର୍କିଂରେ ଗ୍ରାହକ ଗାଡ଼ି ରଖିବାର ଅର୍ଥ ଗାଡ଼ିର ସମସ୍ତ ଦାୟିତ୍ୱ ହୋଟେଲ କତ୍ତୃପକ୍ଷଙ୍କର। ଗାଡ଼ି ଚୋରି ହେଉ, ଅବା କ୍ଷତି ସମସ୍ତ ଅର୍ଥରାଶି ହୋଟେଲ କତ୍ତୃପକ୍ଷଙ୍କୁ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏମିତିକି ପାର୍କିଂ ମାଗଣାରେ ବୋଲି କହି ହୋଟେଲ କତ୍ତୃପକ୍ଷ ଖସି ଯାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ୧୯୯୮ ମସିହାରେ ଦିଲ୍ଲୀ ସ୍ଥିତ ତାଜ ହୋଟେଲରୁ ଏକ ମାରୁତି କାର ଚୋରି ହୋଇଯାଇଥିଲା। ଏଥିପାଇଁ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ହୋଟେଲ କତ୍ତୃପକ୍ଷଙ୍କୁ ୨.୮ ଲକ୍ଷ ଟଙ୍କା ଜୋରିମାନା ଲଗାଇଥିଲା। ହେଲେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ହୋଟେଲ କତ୍ତୃପକ୍ଷ। ଏହାପରେ ସୁପ୍ରିମକୋର୍ଟ ଦୀର୍ଘ ୨୦ ବର୍ଷର ମାମଲାର ରାୟ ଶୁଣାଇଛନ୍ତି।



from Odisha Reporter https://ift.tt/2poWO7N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages