ବିଗ୍‌ବସ୍‌ ୧୩: ହିନ୍ଦୁସ୍ତାନୀ ଭାଉଙ୍କ ପତ୍ନୀ ଥାନାର ଦ୍ୱାରସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 25, 2019

ବିଗ୍‌ବସ୍‌ ୧୩: ହିନ୍ଦୁସ୍ତାନୀ ଭାଉଙ୍କ ପତ୍ନୀ ଥାନାର ଦ୍ୱାରସ୍ଥ

ମୁମ୍ବାଇ: ‘ବିଗ୍‌ବସ୍‌ ୧୩’ରେ ଏବେ ଦେଖିବାକୁ ମିଳୁଛି ହାଇ ଭୋଲଟେଜ୍‌ ଡ୍ରାମା। ୱାଇଲ୍ଡକାର୍ଡ଼ ଏଣ୍ଟ୍ରିରେ ଆସିଥିବା ହିନ୍ଦୁସ୍ତାନୀ ଭାଉ ତଥା ବିକାଶ ପାଠକ ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ମଜାଦାର ଅନ୍ଦାଜ୍‌ ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଏପରିକି ସଲମାନ୍‌ ଖାନ୍‌ ମଧ୍ୟ ଭାଉଙ୍କ ଏହି ଅନ୍ଦାଜର ବେଶ୍ ତାରିଫ୍‌ କରନ୍ତି। ଘର ଭିତରେ ଭାଉ ଅନଲିମିଟେଡ୍‌ ମସ୍ତି କରୁଥିବାବେଳେ ଘର ବାହାରେ ତାଙ୍କ ପତ୍ନି ଚିନ୍ତାରେ ପଡ଼ି ଥାନାରେ ଅଭିଯୋଗ କରିଛନ୍ତି।

କିଛିଦିନ ହେବ ସୋଶାଲ୍ ମିଡିଆରେ ଭାଉଙ୍କ ବିରୁଦ୍ଧରେ କିଛି ଭିଡିଓ ଭାଇରାଲ୍‌ ହେଉଛି। ତେଣୁ ତାଙ୍କ ପତ୍ନୀ ଅଶ୍ୱିନୀ ମୁମ୍ବାଇର ଖାର୍‌ ପୁଲିସ୍‌ ଷ୍ଟେଶନ୍‌କୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି, ‘ହିନ୍ଦୁସ୍ତାନୀ ଭାଉଙ୍କ ବିରୁଦ୍ଧରେ ଅନେକ ମିଛ ଭିଡିଓ ମେସେଜ ଓ ବୟାନ୍‌ ସାମ୍ନାକୁ ଆସିଛି। ଏହି ସନ୍ଦେଶ ଦେଉଥିବା ଲୋକମାନେ ନିଜକୁ ଭାଉଙ୍କର ସମ୍ପର୍କୀୟ ବୋଲି ପରିଚୟ ଦେଉଛନ୍ତି। ହେଲେ ସେମାନେ ଭାଉଙ୍କର କେହି ବି ନୁହଁନ୍ତି। ଆମ ପରିବାରରେ କେବଳ ମୋ ଶାଶୁ, ପୁଅ, ମୋ ମାତାପିତା ଓ ଭାଉଙ୍କର ପୁତୁରା ହିଁ ଅଛୁ।’

View this post on Instagram

Mazzedar kisse! #bigboss #bigboss13 #bb13

A post shared by Vikas Fhatak (@hindustanibhau) on

ସେ ଆହୁରି ଲେଖିଛନ୍ତି, ‘ଏହି ଲେଟର୍‌ ଏହା ସୂଚିତ କରୁଛି ଯେ ଯଦି କେହି ବାହାର ବ୍ୟକ୍ତି କୌଣସି ପ୍ରକାରର ସମ୍ପର୍କର ନାଁର ଦୁରୁପଯୋଗ କରେ, ତେବେ ଏଥିପାଇଁ ଆମେ ଦାୟୀ ହେବୁ ନାହିଁ।’ ଏଥିସହ ସେ ଏଭଳି ନକଲି ସମ୍ପର୍କୀୟଙ୍କ ଇଣ୍ଟରଭ୍ୟୁ ନ ନେବାପାଇଁ ଓ ତା’ର ଭିଡିଓ ସୋଶାଲ୍‌ ମିଡିଆରେ ଅପଲୋଡ଼ ନକରିବା ପାଇଁ ଗଣମାଧ୍ୟମକୁ ମଧ୍ୟ ଅନୁରୋଧ କରିଛନ୍ତି।

View this post on Instagram

Pati. Parni or woh! 😂 #bigboss #bigboss13 #bb13

A post shared by Vikas Fhatak (@hindustanibhau) on

 



from Odisha Reporter https://ift.tt/2OX6xez

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages