ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ସ୍ଥିତି ଅସ୍ପଷ୍ଟ, ରାଜ୍ୟପାଳଙ୍କ ପାଖରେ କ’ଣ ରହିଛି ବିକଳ୍ପ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ସ୍ଥିତି ଅସ୍ପଷ୍ଟ, ରାଜ୍ୟପାଳଙ୍କ ପାଖରେ କ’ଣ ରହିଛି ବିକଳ୍ପ?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଅନିଶ୍ଚିତତା ଜାରି ରହିଛି। ଆସନ୍ତାକାଲି ଶେଷ ହେଉଛି ଚଳିତ ବିଧାନସଭାର କାର୍ଯ୍ୟକାଳ। ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଟଣା ଓଟରା ଲାଗି ରହିଛି। ଏଭଳି ସ୍ଥିତିରେ ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ। ସମ୍ବିଧାନ ବିଶେଷଜ୍ଞ ସୁବାଷ କଶ୍ୟପ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ରାଜ୍ୟପାଳଙ୍କ ପାଖରେ ୪ଟି ବିକଳ୍ପ ରହିଛି।

୧. ରାଜ୍ୟପାଳ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବା ପାଇଁ କହିପାରିବେ। ଯେତେ ପର୍ଯ୍ୟନ୍ତ ନୂଆ ସରକାର ନେଇ ସ୍ଥିତି ସ୍ପଷ୍ଟ ହୋଇନି ସେଯାଏ ବିଧାନସଭା କାର୍ଯ୍ୟକାଳ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ କରିବାର ଆବଶ୍ୟକ ନାହିଁ।

୨. ରାଜ୍ୟପାଳ ଭଗତ ସିଂହ କୋଶିୟାରି ରାଜ୍ୟରେ ସର୍ବାଧିକ ଆସନ ପାଇଥିବା ବିଜେପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିପାରିବେ ଓ ପରେ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି।

୩. ରାଜ୍ୟପାଳ ବିଧାନସଭାରେ ଆସ୍ଥା ଭୋଟ ପାଇଁ ନିର୍ବାଚନ କରିବାକୁ କହିପାରିବେ। ଯଦି ସେମିତି କିଛି ବିବାଦ ଉପୁଜେ ତାହେଲେ ବାଲାଟ ପେପରରେ ମଧ୍ୟ ନିର୍ବାଚନ କରିବା ପାଇଁ ପରାମର୍ଶ ଦେଇପାରିବେ। (୧୯୯୮ରେ ୟୁପି ବିଧାନସଭାରେ ନୂଆ ମୁଖ୍ୟମନ୍ତ୍ରୀ ଜଗଦମ୍ବିକା ପାଲ ଏବଂ ବିଦା ହୋଇଥିବା ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଫଳରେ ସୁପ୍ରିମକୋର୍ଟ ବାଲଟ ପେପରରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ)।

୪. ଯଦି ଉପର ତିନୋଟି ବିକଳ୍ପ ଫେଲ୍ ହେବ ତାହାଲେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପାରିଶ କରିପାରିବେ।



from Odisha Reporter https://ift.tt/2JVT0lF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages