ବଲିଉଡ୍ ବିୟୁଟି ଦୀପିକା ପାଦୁକୋନଙ୍କୁ ଶେଷଥର ପାଇଁ ବ୍ଲକବୁଷ୍ଚର ଫିଲ୍ମ ‘ପଦ୍ମାବତ’ରେ ଦେଥିବାକୁ ମିଳିଥିଲା। ଏହାପରଠୁ ଦୀପିକା ଫିଲ୍ମ ପରଦାଠୁ ଦୂରେଇ ଅଛନ୍ତି। ଦୀପିକା ଅନେକ ହିଟ୍ ଫିଲ୍ମ ବଲିଉଡକୁ ଦେଇଛନ୍ତି। ସବୁ ଫିଲ୍ମରେ ତାଙ୍କୁ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ଘୋଷଣା ହେଇଥିବା ଫିଲ୍ମ ‘ଛପାକ’ରେ ମଧ୍ୟ ସେ ଏକ ଭିନ୍ନ ଅବତାର ଜଣେ ଏସିଡ୍ ଆଟାକିଇ ପିଡ଼ୀତାଙ୍କ ଭୂମିକାରେ ନଜର ଆସିବେ। ଏହାପରେ ଆଉ ଏକ ଫିଲ୍ମ ‘ମହାଭାରତ’ର ଘୋଷଣା ହୋଇଥିଲା ଯେଉଥିରେ ସେ ଦ୍ରୌପଦୀଙ୍କ ଭୂମିକାରେ ନଜର ଆସିବେ। ଆଉ ଏବେ ପୁଣି ଖବର ଆସିଛି ଯେ ଦୀପିକା ପ୍ରଥମଥର ପାଇଁ ଏକ ହରର୍ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଯେଉଁଥିରେ ସେ ଏକ ଭୂତୁଣୀ ଭୂମିକାରେ ନଜର ଆସିବେ।
ସୂଚନା ଅନୁଯାୟୀ ଖୁବଶୀଘ୍ର ତେଲୁଗୁ ହରର୍ ଫିଲ୍ମ ‘ଅରୁନ୍ଧତୀ’ର ରିମେକ୍ରେ ତିଆରି ହେବାକୁ ଯାଉଛି। ଏହାର ହିନ୍ଦୀ ରିମେକ୍ ରାଇଟ୍ସ ମଧ୍ କିଣାସରିଲାଣି। ୨୦୦୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଲିଡ୍ ରୋଲ୍ରେ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଅଭିନୟ କରିଥିଲେ। ତେବେ ଏହାର ହିନ୍ଦୀ ରିମେକ୍ରେ ଦୀପିକା ପାଦୁକୋନ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ।
ଏହି ଫିଲ୍ମଟି ଜଣେ ଝିଅର କାହାଣୀ ଯିଏ କି ପ୍ରଥମଥର ପାଇଁ ନିଜ ଜନ୍ମ ସ୍ଥାନକୁ ଯାଉଛନ୍ତି। ଆଉ ଏଠି ଆସି ସେ ତନ୍ତ୍ରମନ୍ତ୍ର ଦୁନିଆରେ ପାଦ ରଖିଦେଉଛନ୍ତି। ଏହି ଫିଲ୍ମରେ ଆପଣଙ୍କୁ ଜବରଦସ୍ତ ଥ୍ରୀଲର୍ ଓ ମିଷ୍ଟ୍ରି ଦେଖିବାକୁ ମିଳିବ।
ସୂଚନାଯୋଗ୍ୟ ଏହି ଫିଲ୍ମର ବଙ୍ଗଳା ଭାଷାରେ ମଧ୍ୟ ରିମେକ୍ କରାଯାଇଛି। ଏହାକୁ ଜବରଦସ୍ତ ରେସପନ୍ସ ମିଳିଛି। ତେଣୁ ଦୀପିକାଙ୍କର ଏହି ରିମେକ୍କୁ ମଧ୍ୟ ଦର୍ଶକ ସେତେକି ପସନ୍ଦ କରିବେ ବୋଲି ଆଶା କରାଯାଉଛି।
from Odisha Reporter https://ift.tt/36s3zGR
No comments:
Post a Comment