ହ୍ରିତିକ୍‌ଙ୍କ ଏହି ଫିଲ୍ମ ଦେଖିବା ପାଇଁ ୯ ଥର ଥିଏଟର୍‌ ଯାଇଥିଲେ ତାଙ୍କ ମାଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ହ୍ରିତିକ୍‌ଙ୍କ ଏହି ଫିଲ୍ମ ଦେଖିବା ପାଇଁ ୯ ଥର ଥିଏଟର୍‌ ଯାଇଥିଲେ ତାଙ୍କ ମାଆ

ମୁମ୍ବାଇ: ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌। ଚଳିତ ବର୍ଷ ତାଙ୍କ ଅଭିନୀତ ୨ଟି ଫିଲ୍ମ ହିଟ୍ ହୋଇଛି। ‘ସୁପର -୩୦’ ଏବଂ ‘ୱାର୍‌’କୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳିଛି। ତେବେ ନିକଟରେ ଫିଲ୍ମ ‘ସୁପର-୩୦’ର ସଫଳତାକୁ ନେଇ ହ୍ରିତିକ୍‌ କିଛି ସ୍ମୃତି ଶେଆର କରିଛନ୍ତି। ସେ କହିଛନ୍ତି- ‘ସୁପର-୩୦ ଫିଲ୍ମ ଦେଖିବା ପାଇଁ ମୋ ମା’ ୯ଥର ଥିଏଟରକୁ ଯାଇଛନ୍ତି। ମାଆଙ୍କୁ ଆନନ୍ଦ ସାରଙ୍କ କାହାଣୀ ଖୁବ୍ ପସନ୍ଦ ଆସିଥିଲା। କିନ୍ତୁ ସେ ଏପର୍ଯ୍ୟନ୍ତ ଆନନ୍ଦ ସାର୍ ଏବଂ ତାଙ୍କ ଭାଇ ପ୍ରଣବଙ୍କୁ ଭେଟି ପାରିନାହାନ୍ତି।’

ସେପଟେ ଆନନ୍ଦ କହିଛନ୍ତି, “ମୁଁ ହ୍ରିତିକ୍ ଓ ପୂରା ଟିମକୁ ଧନ୍ୟବାଦ୍ ଜଣାଉଛି। ହ୍ରିତିକ୍ ଜଣେ‌ ଭଲ ମଣିଷ ସହ ଜଣେ ଦକ୍ଷ ଅଭିନେତା। ମୋ ଚରିତ୍ରକୁ ପରଦା ଉପରେ ସେ ନ୍ୟାୟ ଦେଇଛନ୍ତି। ତାଙ୍କ ବ୍ୟତୀତ ଆଉ କେହି ଏହି ଚରିତ୍ରକୁ ଏତେ ସୁନ୍ଦର ଭାବେ କରିପାରିଥାନ୍ତା ବୋଲି ମୋର ବିଶ୍ୱାସ ନଥିଲା।”

‘ସୁପର-୩୦’ ଜୁଲାଇ ୧୨ ତାରିଖରେ ରିଲିଜ୍‌ ହୋଇଥିଲା। ଫିଲ୍ମଟି ୨୦୦କୋଟିରୁ ଅଧିକ କଲେକ୍ସନ୍‌ କରିଛି।

 

 

 



from Odisha Reporter https://ift.tt/37c19fz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages