ନାନା ପଟୋଲେ ହେବେ ମହାରାଷ୍ଟ୍ରର ବାଚସ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 30, 2019

ନାନା ପଟୋଲେ ହେବେ ମହାରାଷ୍ଟ୍ରର ବାଚସ୍ପତି

  • ବାଚସ୍ପତି ନିର୍ବାଚନରୁ ଓହରିଲା ବିଜେପି
  • ‘ସହଯୋଗୀ ଦଳର ଅନୁରୋଧ କ୍ରମେ ବାଚସ୍ପତି ନିର୍ବାଚନରୁ ଓହରିଛି ବିଜେପି’
  • ‘ବାଚସ୍ପତି ପଦବୀର ମର୍ଯ୍ୟାଦାକୁ ନଜରରେ ରଖି ନିର୍ବାଚନରୁ ଓହରିବାକୁ ବିଜେପିକୁ ପରାମର୍ଶ ଦିଆଯାଇଥିଲା’ 

ମୁମ୍ୱାଇ: କଂଗ୍ରେସ ବିଧାୟକ ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହେବାକୁ ଯାଉଛନ୍ତି। ବିରୋଧୀ ବିଜେପି ବାଚସ୍ପତି ପ୍ରାର୍ଥୀ ପାଇଁ ବିଧାୟକ କିସନ କଠୋରଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରଥମେ ଘୋଷଣା କରିଥିଲା। ହେଲେ ଏବେ ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିବା ପରେ ନାନା ପଟୋଲେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ନାନା ପଟୋଲେ ହେଉଛନ୍ତି ପୂର୍ବତନ ବିଜେପି ସାଂସଦ। ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ତାନାଶାହି (ସ୍ୱେଚ୍ଛାଚାରୀ)  କହିଥିଲେ। ଏହାପରେ ଉଭୟ ଦଳ ଏବଂ ସାଂସଦ ପଦବୀରୁ ସେ ଇସ୍ତଫା ଦେଇଥିଲେ। ପରେ କଂଗ୍ରେସରେ ଯୋଗ ଦେଇଥିଲେ।

ବିଜେପି କହିଛି ବାଚସ୍ପତି ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ହୋଇଥିଲା। ଏହି ବୈଠକରେ ଅନ୍ୟ ଦଳର ଅନୁରୋଧ କ୍ରମେ ବାଚସ୍ପତି ନିର୍ବାଚନ ନିର୍ଦ୍ୱନ୍ଦରେ ହେବା ଉଚିତ ବୋଲି ନିଷ୍ପତ୍ତି ନିଆଯାଇଥି୍ଲା। ତେଣୁ ବିଜେପି ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି।

ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଆମ ଦଳ କିସାନ କଠୋରେଙ୍କୁ ବାଚସ୍ପତି ପଦବୀ ପାଇଁ ନିଷ୍ପତ୍ତି ନେଇଥିଲା। କିନ୍ତୁ ସେ ବାଚସ୍ପତି ପଦବୀ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଏନସିପି ବିଧାୟକ ଛଗନ ଭୁଜବଲ କହିଛନ୍ତି, ବିରୋଧୀ ଦଳ ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ କିଛି ବିଧାୟକଙ୍କ ଅନୁରୋଧ କ୍ରମେ ଏବଂ ବାଚସ୍ପତି ପଦବୀର ମର୍ଯ୍ୟାଦାକୁ ନଜରରେ ରଖି ବିରୋଧୀ ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।

ବାଚସ୍ପତି ନିର୍ବାଚନ ପରେ ଉଦ୍ଧବ ସରକାରଙ୍କ କ୍ୟାବିନେଟ ଉପରେ ନଜର ରହିବ। ଡିସେମ୍ୱର ପ୍ରଥମ ସପ୍ତାହରେ ଏହି ମୁଖ୍ୟମନ୍ତ୍ରୀ କ୍ୟାବିନେଟ ସମ୍ପ୍ରସାରଣ କରିବେ ବୋଲି ଜଣାପଡ଼ିଛି। କ୍ୟାବିନେଟ ମନ୍ତ୍ରୀ ଭାବରେ ୧୪ ଜଣ ଶପଥ ନେଇପାରନ୍ତି ବୋଲି ସୂଚନା ରହିଛି। ସୂଚନା ଅନୁଯାୟୀ, ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳରେ ୧୬ ଜଣ ମନ୍ତ୍ରୀ, ଏନସିପିର ୧୫ ଏବଂ କଂଗ୍ରେସର ୧୨ ଜଣ ମନ୍ତ୍ରି ରହିବେ ବୋଲି ସୂଚନା ରହିଛି।



from Odisha Reporter https://ift.tt/37Y9tjN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages