ଘର ସହିତ ସ୍କୁଲ୍‌ ପାଚେରି ଭାଙ୍ଗିଲେ ହାତୀପଲ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ଘର ସହିତ ସ୍କୁଲ୍‌ ପାଚେରି ଭାଙ୍ଗିଲେ ହାତୀପଲ  

କରଞ୍ଜିଆ (ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜରେ ଏକ ଝାଡ଼ଖଣ୍ଡୀ ହାତୀପଲ ଉତ୍ପାତ କରୁଛନ୍ତି। ଏହି ପଲରେ ୨୨ଟି ହାତୀ ଅଛନ୍ତି। ଗତକାଲି ରାତିରେ ବେଗୁନାବିନ୍ଧା ଗାଁରେ ଏହି ହାତୀପଲ ଦୁଇ ଜଣଙ୍କ ଘର ଓ ଝରକା ଭାଙ୍ଗି ଦେଇଛନ୍ତି। ସେହିପରି ରାଉତାଲିପାଟ ଗାଁରେ ଥିବା ଆଶ୍ରମ ବିଦ୍ୟାଳୟର ପାଚେରି ଭାଙ୍ଗିବା ସହ ସେହି ଗାଁର ରମାକାନ୍ତ ଗିରିଙ୍କ ଘର ଭାଙ୍ଗି ଦେଇଛନ୍ତି। ଏହାସହ ଗାଁରେ କିଛି ଲୋକଙ୍କ ପନିପରିବା ଓ କଦଳୀଚାଷ ମଧ୍ୟ ନଷ୍ଟ କରି ଦେଇଛନ୍ତି।

 ଏହି ହାତୀପଲର ଉପସ୍ଥିତି ଯୋଗୁ ସ୍ଥାନୀୟ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ହାତୀପଲ ଏବେ ସୁକୃଳି ବ୍ଲକର ମହୁଳିଆ ଶୁଲି ଜଙ୍ଗଲରେ ଥିବା ସ୍ଥାନୀୟ ଫରେଷ୍ଟର କହିଛନ୍ତି।

ସୂଚନାଯୋଗ୍ୟ, ୫ମାସ ହେବ କରଞ୍ଜିଆ ବନଖଣ୍ଡରେ ଏହି ଝାଡ଼ଖଣ୍ଡୀ ହାତୀପଲର ଉପଦ୍ରବ ବଢ଼ିଚାଲିଛି। କେତେ ବେଳେ ଘର ଦ୍ୱାର ନଷ୍ଟ କରୁଛନ୍ତି ତ’ ଆଉ କେତେବେଳେ ମଣିଷଙ୍କ ଜୀବନ ନେଉଛନ୍ତି। ହାତୀ ଆକ୍ରମଣରେ ସ୍ଥାନୀୟ ଅଞ୍ଚଳରେ ୩ ଜଣଙ୍କ ମୃତ୍ୟୁ ହେଲାଣି।



from Odisha Reporter https://ift.tt/2PQwTQI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages