ପାଟିରେ ବାଜୁଛି ଟ୍ରକ୍ ଓ ବସ୍‌ର ହର୍ଣ୍ଣ, ଆନନ୍ଦ ମହିନ୍ଦ୍ରା ଶେଆର କଲେ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ପାଟିରେ ବାଜୁଛି ଟ୍ରକ୍ ଓ ବସ୍‌ର ହର୍ଣ୍ଣ, ଆନନ୍ଦ ମହିନ୍ଦ୍ରା ଶେଆର କଲେ ଭିଡିଓ

ନୂଆଦିଲ୍ଲୀ: ପାଞ୍ଚ ଦିନ ତଳେ ଅର୍ଥାତ୍ ଗତ ୧୮ ତାରିଖରେ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଥିଲେ। ୩୦ ସେକେଣ୍ଡର ଏହି ଭିଡିଓଟିରେ ଜଣେ ବ୍ୟକ୍ତି ବସ୍‌ ଓ ଟ୍ରକ୍‌ରେ ବାଜୁ ଥିବା ହର୍ଣ୍ଣ ଭଳି ସ୍ୱର କରୁଥିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣଙ୍କ ପ୍ରଥମେ ଟ୍ରକ୍‌ର ହର୍ଣ୍ଣ ଭଳି ସ୍ୱର କରୁଛନ୍ତି। ତା’ପରେ ଜଣେ ବ୍ୟକ୍ତି ବସ୍‌ ହର୍ଣ୍ଣ ଭଳି ସ୍ୱର କରିବା ପାଇଁ କହୁଥିବା ଶୁଣାଯାଉଛି। ଏହା ପରେ ସେ ବସ୍‌ର ହର୍ଣ୍ଣ ଭଳି ସ୍ୱର କରୁଛନ୍ତି। ପରେ ତାଙ୍କ ସମ୍ମୁଖରେ ଥିବା ବ୍ୟକ୍ତି ଜଣଙ୍କ କିଛି ବସ୍‌ର ନାଁ ନେଇ ସେଗୁଡ଼ିକରେ ବାଜୁ ଥିବା ହର୍ଣ୍ଣ ଭଳି ସ୍ୱର କରିବାକୁ ତାଙ୍କୁ କହୁଛନ୍ତି। ତାଙ୍କ କଥା ମାନି ଉକ୍ତ ବ୍ୟକ୍ତି ଜଣଙ୍କ ଗୋଟିଏ ପରେ ଗୋଟିଏ ବିଭିନ୍ନ ପ୍ରକାରର ହର୍ଣ୍ଣର ସ୍ୱର କରୁଛନ୍ତି।

ଏହି ଭିଡିଓଟିକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି। ୫ ଦିନରେ ଏହାକୁ ୭୧ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ୫ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। କେହି କେହି ଏହାକୁ ନେଇ ପ୍ରତିକ୍ରିୟା ବି ଦେଇଛନ୍ତି। ତାଙ୍କର ପ୍ରତିଭା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ବୋଲି କେହି କେହି ସେମାନଙ୍କ ପ୍ରତିକ୍ରିୟାରେ ଲେଖିଛନ୍ତି।

 


ଆନନ୍ଦ ମହିନ୍ଦ୍ରା ଏ ଭିଡିଓଟିକୁ ପୋଷ୍ଟ୍ କରି ଲେଖିଛନ୍ତି ଯେ ଯାନବାହନ କିପରି ଲୋକଙ୍କ ଦୈନନ୍ଦିନ ଜୀବନକୁ ବିମୋହିତ କରେ ଏହା ଆମକୁ ସେ କଥା ମନେ ପକାଇ ଦେଉଛି। ଏହି ବ୍ୟକ୍ତି ଜଣଙ୍କ ଇଣ୍ଡିଆସ୍‌ ଗଟ୍ ଟ୍ୟାଲେଣ୍ଟରେ ସାମିଲ ହେବା ଉଚିତ୍।

ଅବଶ୍ୟ ଏହି ବ୍ୟକ୍ତି ଜଣଙ୍କ କିଏ ଓ ଏ ଭିଡିଓଟି କେଉଁଠାର, ସେ ବିଷୟରେ ଆନନ୍ଦ ମହିନ୍ଦ୍ରା କିଛି ଲେଖି ନାହାନ୍ତି।

ସୂଚନାଯୋଗ୍ୟ, ଆନନ୍ଦ ମହିନ୍ଦ୍ରା ପୂର୍ବରୁ ତାମିଲ୍‌ନାଡୁର ବଦିଭେଲମ୍‌ପାଲୟମ ୮୦ ବର୍ଷୀୟା ବୃଦ୍ଧା କେ. କମଲାଥାଲ୍‌ଙ୍କ କଥା ମଧ୍ୟ ଶେଆର କରିଥିଲେ। ଏହି ବୃଦ୍ଧା ଜଣଙ୍କ ଏବେ ବି ୧ଟଙ୍କାରେ ଇଡ୍‌ଲି ବିକ୍ରି କରନ୍ତି।

 

 



from Odisha Reporter https://ift.tt/2Q7fEK4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages