ପାଟନା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ସାରା ଦେଶରେ ନିଆଁ ଜଳୁଛି। ଏଥିରୁ ବିହାର ମଧ୍ୟ ବାଦ ପଡ଼ିନି। ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି। ଏହି କାରଣରୁ ଆଜି ଭୋରରୁ ପାଟନାର ବିଭିନ୍ନ ସ୍ଥାନରେ ନୀତୀଶ କୁମାର ନିଖୋଜ ହୋଇଯାଇଥିବା ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି।
ପୋଷ୍ଟରରେ ନୀତୀଶ କୁମାରଙ୍କ ଏକ ବଡ଼ ଫଟୋ ରହିଛି। ଏହାର ଉପରି ଭାଗରେ ସିଏଏ ଓ ଏନଆରସି ପ୍ରସଙ୍ଗରେ ଚୁପ ବୋଲି ଲେଖାଯାଇଛି। ଏଥିସହ ନୀତୀଶ କୁମାର କିଛି ଦିନ ହେଲା ନିଖୋଜ ଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏଥିରେ ଆହୁରି ଲେଖାଯାଇଛି ଯେ “ଏହି ଫଟୋକୁ ସମସ୍ତେ ଧ୍ୟାନର ସହ ଦେଖନ୍ତୁ। ଏହି ବ୍ୟକ୍ତି ଜଣଙ୍କୁ କିଛି ଦିନ ହେଲା ଦେଖିବାକୁ କିମ୍ବା ଶୁଣିବାକୁ ମିଳିନାହିଁ। ଯିଏ ଏହି ବ୍ୟକ୍ତିଙ୍କୁ ଖୋଜି ଆଣିବ, ବିହାର ତାଙ୍କୁ କୃତଜ୍ଞତା ଜଣାଇବ।”
ଆଉ ଏକ ପୋଷ୍ଟରରେ ନୀତୀଶ କୁମାରଙ୍କୁ ମୁକ,ବଧିର ଓ ଅନ୍ଧ ମୁଖ୍ୟମନ୍ତ୍ରୀ ବୋଲି କୁହାଯାଇଛି।
ନୀତୀଶ କୁମାରଙ୍କ ଜେଡିୟୁ ଲୋକସଭା ଓ ରାଜ୍ୟସଭାରେ ସିଏଏକୁ ସମର୍ଥନ କରିଥିଲା। ହେଲେ ଦଳ ଏନଆରସି ବିରୋଧରେ ରହିଛି। ଜେଡିୟୁ ସିଏଏକୁ ସମର୍ଥନ କରିବାରୁ ଦଳର ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଏବଂ ଅନ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।
from Odisha Reporter https://ift.tt/2trIbT1
No comments:
Post a Comment