ମୁମ୍ବାଇ: ନେହରୁ ପରିବାର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଜାମିନ୍ ମିଳିଯାଇଛି। ରାଜସ୍ଥାନର ବୁନ୍ଦି କୋର୍ଟ ଗତ ସୋମବାର ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇବା ପରେ ଗତକାଲି ତାଙ୍କୁ ଜାମିନ୍ ଦେଇଛନ୍ତି। ପାୟଲଙ୍କୁ ରାଜସ୍ଥାନ ବୁନ୍ଦି ପୁଲିସ୍ ଅହମ୍ମଦାବାଦ୍ରୁ ଗିରଫ କରିଥିଲା।
ଗତ ସେପ୍ଟେମ୍ବର ୨୧ରେ ପାୟଲଙ୍କ ଟ୍ୱିଟର୍ ଆକାଉଣ୍ଟରୁ ଏକ ଭିଡିଓ ଶେଆର୍ ହୋଇଥିଲା, ଯେଉଁଥିରେ ଜବାହାରଲାଲ୍ ନେହରୁ ଓ ତାଙ୍କ ପିତା ତଥା ସ୍ୱାଧୀନତା ସଂଗ୍ରାମୀ ମୋତିଲାଲ୍ ନେହରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦିଆଯାଇଥିଲା। ଏହା ପରେ ସମାଜସେବୀ ତଥା ୟୁଥ୍ କଂଗ୍ରେସ୍ ନେତା ଚର୍ମେଶ ଶର୍ମା ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଯାହାପରେ ରାଜସ୍ଥାନର ବୁନ୍ଦି ପୁଲିସ୍ ପାୟଲଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଆଇଟି ଆଇନ ଅନୁଯାୟୀ ଧାରା ୬୬ ଏବଂ ୬୭ ଆଧାରରେ ମାମଲା ରୁଜୁ କରିଥିଲା।
ଭିଡିଓରେ ପାୟଲ କହିଥିଲେ, ‘ଧାରା ୩୭୦କୁ କଂଗ୍ରେସ ବିରୋଧ କରୁଛି। ମୋତେ ଲାଗୁଛି ଏହାର କାରଣ ମୋତିଲାଲଙ୍କର ୫ଟି ସ୍ତ୍ରୀ ଥିଲେ। ଏଥିସହ ମୋତିଲାଲ ନେହରୁ ଜବାହରଲାଲ ନେହେରୁଙ୍କ ସାବତ ବାପା’। ଏଲିନା ରାମକୃଷ୍ଣଙ୍କ ଦ୍ୱାରା ଲେଖାହୋଇଥିବା ବାୟୋଗ୍ରାଫିର ଏକ ଅଂଶକୁ ଉଦ୍ଧାର କରି ପାୟଲ ଏଭଳି କହିଥିଲେ ବୋଲି ଜଣାପଡ଼ିଛି।
I am arrested by @PoliceRajasthan for making a video on #MotilalNehru which I made from taking information from @google 😡 Freedom of Speech is a joke 🙏 @PMOIndia @HMOIndia
— PAYAL ROHATGI & Team- Bhagwan Ram Bhakts (@Payal_Rohatgi) December 15, 2019
ସୂଚନାଯୋଗ୍ୟ ପାୟଲ ଗିରଫ ହେବା କଥା ବିଜୁଳି ପରି ଚାରିଆଡ଼େ ବ୍ୟାପିଯାଇଥିଲା। କାରଣ ଗିରଫ ହେବା ପରେ ପାୟଲଙ୍କ ଟ୍ୱିଟର୍ ଆକାଉଣ୍ଟରୁ ଏକ ଟ୍ୱିଟ୍ ହୋଇଥିଲା ଯେଉଁଥିରେ ଲେଖାହୋଇଥିଲା, ‘ମୋତି ଲାଲ୍ ନେହେରୁଙ୍କ ଉପରେ ତିଆରି କରିଥିବା ଏକ ଭିଡିଓ ପାଇଁ ମୋତେ ରାଜସ୍ଥାନ ପୁଲିସ୍ ଗିରଫ କରିଛି। ଭିଡିଓରେ ଦିଆଯାଇଥିବା ସମସ୍ତ ସୂଚନା ମୁଁ ଗୁଗଲ୍ରୁ ଆଣିଥିଲି। ବାକ୍ ସ୍ୱାଧୀନତା କ’ଣ କେବେଳ ଏକ ପରିହାସ?’ ପାୟଲ୍ ନିଜର ଏହି ଟ୍ୱିଟ୍ରେ ପିଏମଓ ଇଣ୍ଡିଆ ଓ ଗୃହ ମନ୍ତ୍ରାଳୟକୁ ଟ୍ୟାଗ୍ କରିଥିଲେ।
from Odisha Reporter https://ift.tt/2YXvbA2
No comments:
Post a Comment