ଚିଟ୍‌ଫଣ୍ଡ ତଦନ୍ତ: କେବଳ କ୍ଷୁଦ୍ର ଜମାକାରୀ ଚିହ୍ନଟ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 17, 2019

ଚିଟ୍‌ଫଣ୍ଡ ତଦନ୍ତ: କେବଳ କ୍ଷୁଦ୍ର ଜମାକାରୀ ଚିହ୍ନଟ ହେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ ତଦନ୍ତର ଟର୍ମସ୍ ଅଫ୍ ରେଫରେନ୍ସରେ ସଂଶୋଧନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଚିଟ୍‌ଫଣ୍ଡ ଘଟଣାର ତଦନ୍ତ ପାଇଁ ଜଣିକିଆ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରାଯାଇଥିବା ଟର୍ମସ ଅଫ ରେଫରେନ୍ସରେ ସରକାର ସଂଶୋଧନ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।

ନୂଆ ସଂଶୋଧିତ ଟର୍ମସ ଅଫ ରେଫରେନ୍ସରୁ ସ୍ପଷ୍ଟ ହୋଇଛି, ଏବେ କମିଶନ କେବଳ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ତଦନ୍ତ କରିବେ । ପୂର୍ବରୁ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଟର୍ମସ ଅଫ ରେଫରେନ୍ସରେ ଉଲ୍ଲେଖ ରହିଥିଲା।  ହେଲେ ଏବେ ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ ବୋଲି ଉଲ୍ଲେଖ ରହିଛି ।

ଚିଟ୍‌ଫଣ୍ଡ ମାମଲାରେ ଏବେ ତଦନ୍ତ କରୁଛନ୍ତି ଜଷ୍ଟିସ ମଦନ ମୋହନ ଦାସ । ତେବେ ସଂଶୋଧନ ନିୟମ ପରେ ବୃହତ୍ତ ଜମାକାରୀଙ୍କ ଚିହ୍ନଟ କରାଯିବ କି ନାହିଁ ଏବଂ ଏପର୍ଯ୍ୟନ୍ତ ବୃହତ୍ତ ଜମାକାରୀଙ୍କ ପ୍ରସଙ୍ଗରେ ହୋଇଥିବା ତଦନ୍ତକୁ ନେଇ କି ପଦକ୍ଷେପ ଗ୍ରହଣ କରାଯାଉଛି, ତାକୁ ନେଇ ପ୍ରଶ୍ନ ଉଠିଛି  ।



from Odisha Reporter https://ift.tt/38JRJZL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages