ତିନି ଗୁଣା ଫିସ୍‌ ବଢ଼ାଇଲେ ଆୟୁଷ୍ମାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 17, 2019

ତିନି ଗୁଣା ଫିସ୍‌ ବଢ଼ାଇଲେ ଆୟୁଷ୍ମାନ୍

ମୁମ୍ବାଇ: ବଲିଉଡ୍‌ର ୟଙ୍ଗ୍ ଟ୍ୟାଲେଣ୍ଟ ଆୟୁଷ୍ମାନ୍‌ ଖୁରାନାଙ୍କ ସଫଳତା ଏବେ ଆକାଶ ଛୁଇଁବାକୁ ଲାଗିଲାଣି। ଏକ ଟେଲିଭିଜନ୍‌ ରିଆଲିଟି ଶୋ’ରୁ କ୍ୟାରିୟର ଆରମ୍ଭ କରିଥିବା ଏହି ସାଧାରଣ ଯୁବକ ଆଜି ବଲିଉଡ୍‌ ଓ ଭାରତୀୟଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଆୟୁଷ୍ମାନ୍‌ ଏବେ ଲଗାତାର୍‌ ଭାବେ ହିଟ୍‌ ଫିଲ୍ମ ଦେଉଛନ୍ତି। ଯାହାଫଳରେ ତାଙ୍କ ବ୍ରାଣ୍ଡ ଭ୍ୟାଲ୍ୟୁ ସହ ଫ୍ୟାନ୍‌ ଫଲୋଇଂ ମଧ୍ୟ ବେଶ୍ ବଢ଼ିଗଲାଣି। ଏହାକୁ ଦୃଷ୍ଟିରେ ରଖି ଆୟୁଷ୍ମାନ୍‌ ଏବେ ତାଙ୍କ ଫିସ୍‌ ମଧ୍ୟ ବଢ଼ାଇଦେଇଛନ୍ତି।

ସୂଚନା ଅନୁଯାୟୀ ଆୟୁଷ୍ମାନ୍‌ ନିଜ ଫିସ୍‌କୁ ତିନି ଗୁଣାବଢ଼ାଇ ଦେଇଛନ୍ତି। ଇଣ୍ଡଷ୍ଟ୍ରିର ଅନେକ ଲୋକଙ୍କ ଅନୁଯାୟୀ ଆୟୁଷ୍ମାନ ପ୍ରମାଣ କରିସାରିଛନ୍ତି ଯେ ସେ ତିନି ଗୁଣା ଅଧିକ ଫିସ୍‌ ପାଇବା ପାଇଁ ଯୋଗ୍ୟ। ବର୍ତ୍ତମାନ ସମୟରେ ସବୁଠୁ ଭର୍ସାଟାଇଲ୍‌ ଅଭିନେତାମାନଙ୍କ ମଧ୍ୟରେ ଆୟୁଷ୍ମାନ ନିଜ ନାଁ ସାମିଲ୍‌ କରିସାରିଲେଣି। ତାଙ୍କ ଅଭିନୀତ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ‘ଅନ୍ଧାଧୁନ୍’, ‘ବଧାଇ ହୋ’, ‘ଡ୍ରିମ୍‌ ଗର୍ଲ’, ‘ଆର୍ଟିକଲ୍ ୧୫’ ଓ ‘ବାଲା’ ହେଉଛି ଏହାର ପ୍ରମାଣ। ଏସବୁ ଫିଲ୍ମ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛି।

ଆୟୁଷ୍ମାନ ୨୦୧୨ରେ ‘ଭିକ୍କି ଡୋନର୍‌’ ଜରିଆରେ ବିଲିଉଡରେ ଡେବ୍ୟୁ କରିଥିଲେ। ସେ ତାଙ୍କ ପ୍ରଥମ ଫିଲ୍ମ ‘ଭିକ୍କି ଡୋନର୍‌’ରୁ ହିଁ ସମସ୍ତଙ୍କୁ ଜଣାଇ ଦେଇଥିଲେ ଯେ ଆଗକୁ ସେ ଅନ୍ୟ ଅଭିନେତାଙ୍କ ଉପରେ ଭାରି ପଡ଼ିବେ। ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର ଆୱର୍ଡ଼ ମିଳିଥିଲା। ଆୟୁଷ୍ମାନଙ୍କର ପ୍ରାୟ ସବୁ ଫିଲ୍ମ ସୁପରହିଟ୍‌ ହୋଇଛି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କ ଫିଲ୍ମ ବେଶ୍ ଭଲ ଚାଲେ। ଦମ୍‌ଦାର ଅଭିନୟ ସହ ଗୀତ ଗାଇବାରେ ବି ସେ ମାହିର। ତାଙ୍କ ପ୍ରଥମ ଗୀତ ‘ପାନି ଦା ରଙ୍ଗ’ ପାଇଁ ତାଙ୍କୁ ବେଷ୍ଟ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଭାବେ ଫିଲ୍ମଫେୟାର ଆୱାର୍ଡ଼ ମିଳିଥିଲା।

ସୂଚନାଯୋଗ୍ୟ, ଆଗକୁ ଆୟୁଷ୍ମାନଙ୍କୁ ଫିଲ୍ମ ‘ଗୁଲାବୋ ସୀତାବୋ’ ଓ ’ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍’ରେ ଦେଖିବାକୁ ମିଳିବ। ଫିଲ୍ମ ‘ଗୁଲାବୋ ସୀତାବୋ’ରେ ଆୟୁଷ୍ମାନ ପ୍ରଥମ ଥର ପାଇଁ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ୍‌ ଶେଆର କରିବେ। ଏହି ଫିଲ୍ମଟି ୨୦୨୦ ଏପ୍ରିଲ୍ ୧୭ରେ ରିଲିଜ୍ ହେବ।



from Odisha Reporter https://ift.tt/2YYiWDv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages