‘ବିଗତ ୬ମାସରେ ଦେଶର ସାଂସଦଙ୍କ କାମ ୬୦ ବର୍ଷର ରେକର୍ଡ ଭାଙ୍ଗିଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 28, 2019

‘ବିଗତ ୬ମାସରେ ଦେଶର ସାଂସଦଙ୍କ କାମ ୬୦ ବର୍ଷର ରେକର୍ଡ ଭାଙ୍ଗିଛି’

ନୂଆଦିଲ୍ଲୀ: ଆଜି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅନ୍ତିମ ମନ୍-କୀ-ବାତ୍ କାର୍ଯ୍ୟକ୍ରମ। ଏହି ଅବସରରେ ନିକଟରେ ହୋଇଥିବା ସିଏଏ ହିଂସା ବାବଦରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଯଦିଓ ସିଏଏ ବାବଦରେ ସିଧାସିଧା କହିନାହାନ୍ତି ହେଲେ ପରୋକ୍ଷରେ ଆନ୍ଦୋଳନ ଆଳରେ ହିଂସା କରୁଥିବା ଲୋକଙ୍କୁ ନିଜ କାମର ଆଇନା ଦେଖାଇଛନ୍ତି। ଦେଶର ଯୁବବର୍ଗ ଅରାଜକତାକୁ ପସନ୍ଦ କରନ୍ତି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅବ୍ୟବସ୍ଥା ଏବଂ ଅସ୍ଥିରତା ପ୍ରତି ଲୋକମାନେ ଘୃଣା କରନ୍ତି। ପରିବାରବାଦ, ଜାତିବାଦ, ପଣ-ଆପଣା, ସ୍ତ୍ରୀ-ପୁରୁଷ ଭଳି ଭେଦଭାବକୁ ଏବେର ଲୋକମାନେ ପସନ୍ଦ କରନ୍ତି ନାହିଁ। ପ୍ରତି ପିଢୀର ଏକ ବିଚାରଧାରା ରହିଛି। ଆଗାମୀ ଦିନରେ ୨୧ ଦଶକରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଦେଶର ନେତୃତ୍ୱ ନେବେ। ଏହି ୨୧ ଦଶକରେ ଜନ୍ମଗ୍ରହଣ କରିଥିବା ଆଜିର ଯୁବବର୍ଗ କିଛି ନୂଆ କରିବା ପାଇଁ ଚେଷ୍ଟା କରୁଛନ୍ତି। ସବୁଠୁ ବଡ଼ କଥା ହେଲା ଆଜିର ଯୁବବର୍ଗ ସିଷ୍ଟମକୁ ଅନୁସରଣ କରିବାକୁ ପସନ୍ଦ କରୁଛନ୍ତି। ଯଦି କେଉଁଠି ସିଷ୍ଟମରେ ତ୍ରୁଟି ଥିବ ତା’ହେଲେ ଏହି ଯୁବବର୍ଗ ସ୍ୱର ଉତ୍ତୋଳନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିମାନ ବନ୍ଦର, ସିନେମା ହଲରେ ଅନେକ ଥର ଲୋକମାନେ ଲାଇନ୍ ଭାଙ୍ଗି ଆଗକୁ ଯିବା ପାଇଁ ଚେଷ୍ଟା କରନ୍ତି। ହେଲେ ଆଜିର ଏହି ଯୁବବର୍ଗମାନେ ଏହାକୁ ଏବେ ବିରୋଧ କରୁଛନ୍ତି। ଯାହାକି ଭଲ କଥା ବୋଲି ସେ କହିଛନ୍ତି।

ସ୍ୱାମୀ ବିବେକାନନ୍ଦ ଯୁବବର୍ଗଙ୍କୁ ନେଇ କହିଥିବା ଏକ ମନ୍ତବ୍ୟକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଯୁବବର୍ଗଙ୍କ ମୂଲ୍ୟର ଆକଳନ କରି ହେବ ନାହିଁ। କାରଣ ଏହି ସମୟରେ ଯୁବବର୍ଗ ଯେମିତି କରନ୍ତି ସେମିତି ତାଙ୍କର ଭବିଷ୍ୟତ ଗଢ଼ା ହୁଏ।

ଏହି ଅବସରରେ ଆଗାମୀ ୨୦୨୦ରେ ସ୍ୱଦେଶୀ ଜିନିଷ ଆପଣାଇବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କାମ ସରକାରୀ ଭାବରେ ନହେବା ଉଚିତ। ଦେଶର ଛୋଟଛୋଟ ସଂଗଠନ ମିଶି ନିଜ ନିଜର ସ୍ଥାନୀୟ ଅଞ୍ଚଳରେ ସ୍ୱଦେଶୀ ଚାହିଦା ମେଣ୍ଚାଇବା ଉଚିତ ବୋଲି ସେ କହିଛନ୍ତି।

ଏହି ଅବସରେ ଦେଶର ସାଂସଦ ମାନଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ଗଣତନ୍ତ୍ରର ମନ୍ଦିର ୬୦ ବର୍ଷରେ ପହଞ୍ଚିଛି। ଗତ ୬ ମାସରେ ସଂସଦର ଉଭୟ ସଦନର ସାଂସଦମାନେ ଯେଉଁ କାମ କରିଛନ୍ତି ତାହା ୬୦ ବର୍ଷର ରେକର୍ଡ ଭାଙ୍ଗିଛି।



from Odisha Reporter https://ift.tt/2Qrm8nm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages