ଆର୍‌ଟିଆଇ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାରେ ୫ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 28, 2019

ଆର୍‌ଟିଆଇ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାରେ ୫ ଗିରଫ

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ଫର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୨ ସୁପାରି କିଲର ସମେତ ୫ ଜଣଙ୍କୁ କନ୍ଧମାଳ ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ବାଲିଗୁଡ଼ାର ବ୍ୟବସାୟୀ କେ.ବିଶ୍ଵଜିତ ପାତ୍ର, ବିଦ୍ୟୁତ୍‌ ବିଭାଗର ଚୁକ୍ତି ଭିତ୍ତିକ କର୍ମଚାରୀ ଏସ୍‌ ଵାଲାଜି ପାତ୍ର ଓ ରାସ ବିହାରୀ ପାତ୍ର। ତେବେ ଦୁଇ ସୁପାରି କିଲରଙ୍କ ନାଁ ପ୍ରକାଶ କରାଯାଇ ନାହିଁ। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୩ଟି ଗୁଳି ଓ ୩ଟି ମୋବାଇଲ୍‌ ଜବତ କରାଯାଇଛି। ଏନେଇ ଆଜି କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ମଧ୍ୟ ରହିଛନ୍ତି। ସେ ଫେରାର ଥିବାରୁ ସୁପାରି କିଲରଙ୍କ ନାଁ ପ୍ରକାଶ କରିବାକୁ ପୁଲିସ୍‌ ମନା କରିଦେଇଛି। ତେବେ ସୁପାରି କିଲର ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।

ବାଲିଗୁଡା ଜଗନ୍ନାଥ ମନ୍ଦିର ଦୋକାନ ଗୃହ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ପି କହିଛନ୍ତି। ବହୁ ଦିନ ଧରି ଅଭିଯୁକ୍ତ କେ. ବିଶ୍ଵଜିତ ପାତ୍ର ଜଗନ୍ନାଥ ମନ୍ଦିର ପରିସରରେ ଏକ ଦୋକାନ ଦେଇଥିଲେ। ସେଠାରୁ ତାଙ୍କ ଦୋକାନ ଉଚ୍ଛେଦ ହେବା ପରେ ସୂଚନା ଅଧିକାରୀ ଅଭିମନ୍ୟୁ ପଣ୍ଡାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ସବୁଦିନ ପାଇଁ ଅଭିମନ୍ୟୁଙ୍କୁ ରାସ୍ତାରୁ ହଟାଇବା ପାଇଁ ସେ ଏସ୍‌ ଵାଲାଜୀ ଆଚାର୍ଯ୍ୟ ଓ ରାସ ବିହାରୀ ପାତ୍ରଙ୍କ ସହ ମିଶି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ଏହି ତିନି ଅଭିଯୁକ୍ତ ଦୁଇ ସୁପାରି କିଲରଙ୍କୁ ୧ ଲକ୍ଷ ଟଙ୍କା ଦେଇଥିଲେ। ସେମାନେ ଅଭିମନ୍ୟୁଙ୍କୁ ଡିସେମ୍ବର ୧୦ ତାରିଖରେ ବାଲିଗୁଡ଼ା ସ୍ଥିତ ତାଙ୍କ ବାସଭବନ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଦୁଇ ସୁପାରି କିଲର ଆଖି ପିଛୁଳାକେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।



from Odisha Reporter https://ift.tt/39l76Ij

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages