ଶାନ୍ତି ପାଇଁ ଅପିଲ୍ କଲେ ସୁପ୍ରିମକୋର୍ଟ, ହିଂସା ନରୋକିଲେ ଶୁଣାଣି ହେବ ନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

ଶାନ୍ତି ପାଇଁ ଅପିଲ୍ କଲେ ସୁପ୍ରିମକୋର୍ଟ, ହିଂସା ନରୋକିଲେ ଶୁଣାଣି ହେବ ନି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର ପୂର୍ବ, ପଶ୍ଚିମବଙ୍ଗ, ଦିଲ୍ଲୀ, ପରେ ଏବେ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଛି। ଦିଲ୍ଲୀ ଜାମିଆ ଇଲମିଆ ଏବଂ ଉତ୍ତର ପ୍ରଦେଶ ଆଲିଗଡ ବିଶ୍ୱବିଦ୍ୟାଳୟରେ ସିଏଏକୁ ନେଇ ଛାତ୍ରଛାତ୍ରୀ ହିଂସା ପ୍ରଦର୍ଶନ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେ  ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଆଜି ହିଂସା ରୋକିବ ତା’ହେଲେ ଆସନ୍ତାକାଲି ଶୁଣାଣି କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ହିଂସା ପାଇଁ କାହାରିକୁ ସେ ଦୋଷୀ ବୋଲି ବିଚାରକୁ ନେଉ ନାହାନ୍ତି ବୋଲି କହିଛନ୍ତି ସିଜେଆଇ। ଛାତ୍ର ହୋଇ ଆଇନକୁ ହାତକୁ ନେବା ଠିକ୍ ନୁହେଁ ବୋଲି ସେ ଚେତାବନୀ ଦେଇଛନ୍ତି।

କୋର୍ଟରେ ଆଜି ଶୁଣାଣି ବେଳେ ଜଣେ ଆଇନଜୀବୀ ପ୍ରଧାନ ବିଚାରପତିଙ୍କୁ ହିଂସାର ଏକ ଭିଡିଓ ଦେଖାଇବାକୁ ଚେଷ୍ଟା କରିଥିଲେ। ହେଲେ ସିଜେଆଇ ସ୍ପଷ୍ଟ କରିଥିଲେ, ସେ କୌଣସି ପ୍ରକାର ଭିଡିଓ ଦେଖିବାକୁ ଚାହୁଁନାହାନ୍ତି। ଯଦି ଏଭଳିଂ ହିଂସା ଜାରି ରହିବ ତାହେଲେ ସୁପ୍ରିମକୋର୍ଟ କୌଣସି ପ୍ରକାର ରାୟ ଶୁଣାଇବେ ନାହିଁ ବୋଲି କହିଛନ୍ତି।

ତେବେ ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟରେ ସିଏଏକୁ ନେଇ ଦେଖାଦେଇଥିବା ହିଂସା ମାମଲାରେ ସୁପ୍ରିମକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତି ତଦନ୍ତ କରିବେ ବୋଲି ବରିଷ୍ଠ ଆଇନଜୀବୀ କୋଲିନ ଗାନାଜାଲଭିସ୍ କହିଛନ୍ତି।



from Odisha Reporter https://ift.tt/2Emmm9A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages