ବିଦ୍ୟୁତ୍ ସଂଯୋଗ ହୋଇନି, ବିଲ୍ ଆସିଲାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

ବିଦ୍ୟୁତ୍ ସଂଯୋଗ ହୋଇନି, ବିଲ୍ ଆସିଲାଣି

ଭଦ୍ରକ (ପାର୍ଥ ସାରଥୀ ନାୟକ): ବିଦ୍ୟୁତ୍ ସଂଯୋଗ ପାଇବା ପାଇଁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ତେସିଙ୍ଗା ପଞ୍ଚାୟତର କୁଲଣା ଗାଁର ୨୩ଟି ଗରିବ ପରିବାର ସୌଭାଗ୍ୟ ଯୋଜନାରେ ସାମିଲ ହୋଇଛନ୍ତି। ସେମାନଙ୍କ ଆଶା ଥିଲା ଏହି ଯୋଜନାରେ ସାମିଲ ହୋଇଗଲେ ଅଳ୍ପ ଦିନରେ ସେମାନଙ୍କ ଘରେ ବିଦ୍ୟୁତ୍ ସଂଯୋଗ ହୋଇଯିବ ଓ  ଦୈନନ୍ଦିନ ଜୀବନ ଟିକେ ଆରାମରେ କଟିବ। ହେଲେ ସେମିତି କିଛି ହେଲାନି। ଏହି ଯୋଜନାରେ ସେମାନେ ସାମିଲ ହେବା ପରେ ଗାଁରେ ଟ୍ରାନ୍ସଫର୍ମର ବସିଲା। ଘରଗୁଡ଼ିକୁ ବିଦ୍ୟୁତ୍ ତାର ସଂଯୋଗ କରାଗଲା ତଥା ମିଟର ବି ବସିଲା। ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଯାହା ଯାହା ଦରକାର ସବୁ ହୋଇଗଲା, କିନ୍ତୁ ବିଦ୍ୟୁତ୍ ସଂଯୋଗ ହେଲା ନାହିଁ। ଆଜି ହେବ କାଲି ହେବ ବୋଲି ଚାହୁଁ ଚାହୁଁ ବର୍ଷେ ବିତିଗଲାଣି। ମୂଳରୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ବେଳେ ଏହି ଯୋଜନାରେ ସାମିଲ ହୋଇଥିବା ଗାଁର ପ୍ରତ୍ୟେକ ଘରକୁ ଆସିଛି ବିଦ୍ୟୁତ୍ ବିଲ୍‌। ସେମାନଙ୍କୁ ନଭେମ୍ବର ମାସର ବିଲ୍‌ ଦିଆଯାଇଛି। ପୁଣି ଶହେ କି ଦୁଇ ଶହ ନୁହେଁ କାହାର ୧୬ ଶହ ଟଙ୍କା ତ ଆଉ କାହାର ଦୁଇ ହଜାର ଟଙ୍କା ବିଲ୍ ଆସିଛି। ଜଣଙ୍କର ୨୯୩୩ ଟଙ୍କାର ବିଲ୍ ବି ଆସିଛି।  ଆଉ ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ସେମାନଙ୍କ ନିଦ ହଜି ଯାଇଛି।

ଲକ୍ଷ୍ମୀପ୍ରିୟା ରାଉଳ ନାମକ ଜଣେ ହିତାଧିକାରୀ କହିଛନ୍ତି, “ଘରେ ବିଦ୍ୟୁତ୍ ତାର ସଂଯୋଗ ହୋଇଯାଇଛି। ମିଟର ବି ବସିଛି। ହେଲେ ବିଦ୍ୟୁତ୍‌ ସଂଯୋଗ ହୋଇ ନାହିଁ। କିନ୍ତୁ ବିଲ୍‌ ଧରାଇ ଦେଲେଣି। ଆମର ୨୯୩୩ ଟଙ୍କା ବିଲ୍ ଆସିଛି। ଆମେ କେହି ଘରେ ନଥିଲୁ। ଆମ ବିଲ୍‌କୁ ଘର କବାଟରେ ଗେଞ୍ଜି ଦେଇ ପଳାଇଥିଲେ। ପଚାରିଲାରୁ ଇଲେକ୍ଟ୍ରି ଅଫିସ୍‌ ଯାଇ ବୁଝ ବୋଲି କହିଲେ।”

ସେହିଭଳି ଦୁର୍ଯ୍ୟୋଧନ ତରେଇ ନାମକ ଜଣେ ହିତାଧିକାରୀ କହିଛନ୍ତି, “ବିଦ୍ୟୁତ୍ ନଥିବାରୁ ଭାରି ଅସୁବିଧାରେ ଚଳିବାକୁ ପଡୁଛି। ବର୍ଷେ ହେଲାଣି ସୌଭାଗ୍ୟ ଯୋଜନାରେ ସାମିଲ ହୋଇଛୁ। ହେଲେ ଘରକୁ ବିଦ୍ୟୁତ୍‌ ଆସି ନାହିଁ। କିନ୍ତୁ ବିଲ୍‌ ଆସି ଗଲାଣି।”

ଏନେଇ ଭଣ୍ଡାରିପୋଖରୀ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ସରୋଜ ବେହୁରିଆ କହିଛନ୍ତି, “ସେଠାରେ ଲେଦର୍ କେବୁଲ୍‌କୁ ଫ୍ରାଞ୍ଚାଇଜ୍‌ ଦିଆଯାଇଛି। କିଛି ଜାଗାରେ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନଥିଲା। ତେଣୁ  ବିଦ୍ୟୁତ୍ ସଂଯୋଗ କରିବାକୁ କୁହାଯାଇଥିଲା। ବିଦ୍ୟୁତ୍ ସଂଯୋଗ ହେଲା ପରେ ଯାଇ ବିଲ୍‌ ବ୍ୟବସ୍ଥା କରାଯିବ। ଆଉ କ’ଣ ହୋଇଛି ଜଣାନାହିଁ। ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।”



from Odisha Reporter https://ift.tt/2LWX4TN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages