କଟକ(ଓଡ଼ିଶା ରିପୋର୍ଟର): କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ନିଆଁ ଲାଗିଛି। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ ବିଶେଷକିଛି କ୍ଷତି ଘଟିନାହିଁ।
ଆଜି ମଧ୍ୟାହ୍ନରେ ଧାନ ଗବେଷଣା କେନ୍ଦ୍ରର ଅଡିଟୋରିୟମ୍ରେ ନିଆଁ ଲାଗିଥିଲା। ପରେ ଏହି ନିଆଁ ପାଖ ରୁମ୍କୁ ବ୍ୟାପୀ ଯାଇଥିଲେ। ଧାନ ଗବେଷଣା କେନ୍ଦ୍ର କର୍ତ୍ତୃପକ୍ଷରେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏସିରୁ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇଥିବାରୁ ଧାନ ଗବେଷଣା କେନ୍ଦ୍ରର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବହୁ ଧନଜୀବନ ରକ୍ଷା ହୋଇପାରିଛି।
from Odisha Reporter https://ift.tt/2RryA8E
No comments:
Post a Comment