ଶିଳ୍ପାଙ୍କୁ ଆଉ ଏକ ଅଫର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 3, 2019

ଶିଳ୍ପାଙ୍କୁ ଆଉ ଏକ ଅଫର୍

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍ କୁଇନ୍ ଶିଳ୍ପା ସେଟ୍ଟୀ ପ୍ରାୟ ୧୩ ବର୍ଷ ଧରି ବଡ଼ ପରଦାରୁ ଦୂରେଇ ରହିବା ପରେ ପୁଣି ଥରେ କମ୍‌ବ୍ୟାକ୍‌ କରିଛନ୍ତି। ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ନିକମ୍ମା’ର ଶୁଟିଂ ଚାଲିଛି। ସିନେମାଟି ଆସନ୍ତା ବର୍ଷ ରିଲିଜ୍‌ ହେବ। ତେବେ ତା’ ଭିତରେ ଆଉ ଏକ ଖବର ଆସିଛି। ଶିଳ୍ପାଙ୍କୁ ଆଉ ଏକ ଭଲ ପ୍ରୋଜେକ୍ଟର ଅଫର୍ ମିଳିଛି।

ସୂଚନା ଅନୁଯାୟୀ, ଶିଳ୍ପାଙ୍କୁ ଏବେ ପ୍ରିୟଦର୍ଶନ୍‌ଙ୍କର କମେଡି ଡ୍ରାମା ‘ହଙ୍ଗାମା ୨’ରେ ଏକ ଗୁରୁତ୍ୱପୂର୍ଣ୍ଣ ରୋଲ୍‌ ମିଳିଛି। ଏହି ଫିଲ୍ମ ପାଇଁ ପ୍ରିୟଦର୍ଶନ୍‌ ଜାଭେଦ୍‌ ଜାଫ୍ରିଙ୍କ ପୁଅ ମିଜାନ୍‌ ଜାଫ୍ରି ଓ ସାଉଥ୍‌ ଇଣ୍ଡିଆନ୍‌ ଅଭିନେତ୍ରୀ ପ୍ରନିତା ସୁଭାଷଙ୍କୁ ଲିଡ୍‌ ରୋଲ୍‌ ପାଇଁ ଫାଇନାଲ୍‌ କରିସାରିଛନ୍ତି। ତା’ସହିତ ଶିଳ୍ପାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଛନ୍ତି।  ଶିଳ୍ପା ଏଥିରେ ଜଣେ ଗ୍ଲାମରସ୍‌ ମହିଳାଙ୍କ ଭୂମିକାରେ ଅଭିନୟ କରିବେ ଯିଏ କି ପ୍ରତାରଣାର ଶିକାର ହୋଇ ବିଭିନ୍ନ ପ୍ରକାରର ଜଟିଳ ସ୍ଥିତିର ସମ୍ମୁଖୀନ ହେଉଛନ୍ତି।

ଶିଳ୍ପାଙ୍କୁ ଏହି ଫିଲ୍ମରେ ତାଙ୍କର ଚରିତ୍ରଟି ବେଶ୍ ପସନ୍ଦ ଆସିଛି। ତେଣୁ ସେ ଏଥିରେ କାମ କରିବା ପାଇଁ ରାଜି ହୋଇଯାଇଛନ୍ତି। ଏହି ଫିଲ୍ମରେ ଶିଳ୍ପା ପ୍ରଥମ ଥର ପାଇଁ ପ୍ରିୟଦର୍ଶନ୍‌ଙ୍କ ସହ କାମ କରିବେ।  ଫିଲ୍ମଟିର ଶୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ। ସେହିପରି ଆସନ୍ତା ବର୍ଷ ବି ଏହା ରିଲିଜ୍ ହେବ। ତାରିଖ ଜଣାପଡ଼ି ନଥିଲେ ବି ବର୍ଷ ଶେଷ ଆଡ଼କୁ ଏହା ରିଲିଜ୍ ହୋଇପାରେ।

 

ସୂଚନାଯୋଗ୍ୟ, ଫିଲ୍ମଟି ୨୦୦୨ରେ ଆସିଥିବା ହିଟ୍‌ କମେଡି ଫିଲ୍ମ ‘ହଙ୍ଗାମା’ର ସିକ୍ୱେଲ୍ ନୁହେଁ। ଏଥିରେ ଏକ୍‌ଦମ୍‌ ନୂଆ କାହାଣୀ ଦେଖିବାକୁ ମିଳିବ। ଏହି ଫିଲ୍ମରେ ପରେଶ ରାୱଲ୍‌ ମଧ୍ୟ ଅଭିନୟ କରିବେ।

 



from Odisha Reporter https://ift.tt/2Rfqr70

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages