ପୁଲିସ୍‌କୁ ନାକେଦମ୍‌ କଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 3, 2019

ପୁଲିସ୍‌କୁ ନାକେଦମ୍‌ କଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ସମଗ୍ର ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର। ପ୍ରତିବାଦରେ ଆଜି ନବୀନ ନିବାସରେ ପଶିବାକୁ ଉଦ୍ୟମ କରିଛି ବିଜେପି ମହିଳା ମୋର୍ଚ୍ଚା । ଶତାଧିକ ସଂଖ୍ୟାରେ ମହିଳା ବିଭିନ୍ନ ଦିଗରୁ ନବୀନ ନିବାସ ଆଡ଼କୁ ମାଡ଼ି ଆସିବାରୁ ସେମାନଙ୍କୁ ଆୟତ୍ତ କରିବାକୁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଛି।

ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା, ସୁରମା ପାଢୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ମହିଳା ଆଜି ନବୀନ ନିବାସ ଆଡ଼େ ମାଡ଼ି ଆସୁଥିଲେ। ଏହାଦେଖି  ଏୟାରପୋର୍ଟ ରାସ୍ତାରେ ଯିବା ବେଳେ ପ୍ରଥମେ ଆନ୍ଦୋଳନକାରୀଙ୍କୁ  ଅଟକାଇଥିଲା ପୁଲିସ୍‌। କିନ୍ତୁ ଏହି ସମୟରେ ଏକ ଗଳି ରାସ୍ତାରେ ପଶି ଟ୍ରାଫିକ ପୋଷ୍ଟ ଯାଏ ପହଞ୍ଚି ଯାଇଥିଲେ ଆଉ କିଛି କର୍ମୀ ।

ବହୁ ସଂଖ୍ୟାରେ ମହିଳା କର୍ମୀ ଅଚାନକ ମାଡ଼ି ଆସୁଥିବା ଦେଖି ହଡ଼ବଡ଼େଇ ଯାଇଥିଲେ ପୁଲିସ କର୍ମୀ।  ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କଲାବେଳେ ପଳାସପଲ୍ଲୀ ଆଡୁ ଆଉ କିଛି କର୍ମୀ ମାଡ଼ି ଆସିଲେ । ଏହି ସମୟରେ ପୁଲିସ୍‌ ସହ ଧସ୍ତାଧସ୍ତି ପରେ ରାସ୍ତାରେ ଶୋଇଯାଇଥିଲେ କିଛି ମହିଳା ମୋର୍ଚ୍ଚା କର୍ମୀ । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଆନ୍ଦୋଳନରୁ ହଟି ନ ଥିବା ଜଣାଯାଇଛି।



from Odisha Reporter https://ift.tt/33QiYhj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages