ପର ଘରେ ରୁଟି ବେଲି ପୁଅକୁ କରାଇଲେ ଆଇପିଏସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 3, 2019

ପର ଘରେ ରୁଟି ବେଲି ପୁଅକୁ କରାଇଲେ ଆଇପିଏସ

ଅହମଦାବାଦ: କୁହାଯାଏ ନିଷ୍ଠା ଥିଲେ ପ୍ରତିଷ୍ଠା ଆସେ। ଆଜିର ଦିନରେ ସମାଜରେ ଅନେକ ଲୋକଙ୍କ ପରିଚୟ ବଦଳିଛି ଏହି ନିଷ୍ଠା ପାଇଁ। ସେ ଅବଦୁଲ କଲାମ, ବାଜେପୟୀ ହୁଅନ୍ତୁ କିମ୍ୱା ଇସ୍ରୋର ଅଧ୍ୟକ୍ଷ କେ. ଶିବନ। ଏମାନଙ୍କ ପିଲା ଦିନ ବହୁତ ଦୁଃଖ କଷ୍ଟରେ ବିତିଥିଲେ ମଧ୍ୟ ନିଜ ନିଷ୍ଠା ପାଇଁ ସମାଜର ଦର୍ପଣ ସାଜିଛନ୍ତି। ସେଇଥିପାଇଁ କଥାରେ କୁହାଯାଏ ଯଦି ଉଦ୍ଦେଶ୍ୟ ସକାରାତ୍ମକ ଥିବ ତାହାଲେ ପାହାଡର ଅଙ୍କାବଙ୍କା ପଥୁରିଆ ରାସ୍ତା ଭଳି ବିପଦ ଆସିଥିଲେ ମଧ୍ୟ ବାଟ କାଢ଼ି ପଳାଇଯିବ।

ଏବେ ସମାନ ଘଟଣା ଘଟିଛି ଦେଶର ଯୁବ ଆଇପିଏସ ସାଫିନ ହସନଙ୍କ କ୍ଷେତ୍ରରେ। ଯିଏକି ପ୍ରଥମ ଉଦ୍ୟମରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ ପାଇଛନ୍ତି। ସାଫିନଙ୍କ ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ପାଲଟିଛି। ହାସିନଙ୍କ ବାପା ଜଣେ ଇଲେକ୍ଟ୍ରିସିଆନ ସାଙ୍ଗକୁ ଠେଲା ଦୋକାନୀ। ଯାହା ଯେତିକି ରୋଜଗାର ହୁଏ ଘର ଚଳାଇବା କଷ୍ଟକର। ଏଥିପାଇଁ ସହଯୋଗର ହାତ ବଢ଼ାଇଥାନ୍ତି ସାଫିନଙ୍କ ମାଆ। ସେ ପ୍ରତିଦିନ ପର ଘରେ, ଭୋଜିରେ ରୁଟି ବେଲି ମାସକୁ ୭ ହଜାରରୁ ୯ ହଜାର ରୋଜଗାର କରିଥାନ୍ତି। ଆଉ ଏହି ପଇସାରେ ସାଫିନ ଆଜି ପାଠ ପଢ଼ି ନିଜ ପିଲା ଦିନର ସ୍ୱପ୍ନ ସାକାର କରିଛନ୍ତି।

ଗୁଜରାଟ ସୁରତ ଜିଲ୍ଲାରେ ସାଫିନଙ୍କ ପିଲା ବେଳ କଟିଛି। ତାଙ୍କ ବାପା ମା ଏକ ହୀରା ୟୁନିଟରେ ଚାକିରୀ କରିଥିଲେ। ସେ ଆଇପିଏସ ହେବା ପରେ ଏକ ସାକ୍ଷାତକାରରେ ଏହା କହିଛନ୍ତି। ପ୍ରାଥମିକ ସ୍କୁଲରେ ସେ ପାଠ ପଢ଼ୁଥିବା ବେଳେ ଜଣେ ଜିଲ୍ଲାପାଳ ତାଙ୍କ ସ୍କୁଲକୁ ଆସିଥିଲେ। ଜିଲ୍ଲାପାଳ ଆସିବା ଦେଖି ଅନେକ ଲୋକ ତାଙ୍କୁ ସମ୍ମାନ ଦେଇଥିଲେ। ଏହି ସମ୍ମାନ ଦେଖି ସାଫିନ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଏହାପରେ ସେ ଘରକୁ ଆସି ନିଜ ମାଉସୀଙ୍କୁ ପଚାରିଥିଲେ ଜିଲ୍ଲାପାଳ କିଏ? ତାଙ୍କ କାମ କ’ଣ? କିଭଳି ଜଣେ ଜିଲ୍ଲାପାଳ ହୋଇପାରିବ?

ଏହାପରେ ସେ କହିଛନ୍ତି, ତାଙ୍କ ମାଉସୀ କହିଥିଲେ, ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲାର ରାଜା। ଜଣେ କଠିନ ପରିଶ୍ରମ କଲେ ଜିଲ୍ଲାପାଳ ହୋଇପାରିବ। ଏହାପରେ ସାଫିନ ମଧ୍ୟ ଦିନେ ଜିଲ୍ଲାପାଳ ହେବେ ବୋଲି ସେବେଠୁ ମନେ ମନେ ସ୍ଥିର କରିଥିଲେ ବୋଲି ସାକ୍ଷାତକାରରେ ସେ କହିଛନ୍ତି।

ନିଜ ପାରିବାରିକ ସଂଘର୍ଷ ବାବଦରେ କହିବାକୁ ଯାଇ ସାଫିନ କହିଛନ୍ତି, ୨୦୦୦ ମସିହାରେ ତାଙ୍କ ବାପା ମାଆ ଚାକିରୀ ହରାଇଥିଲେ। ଏହି ସମୟରେ ତାଙ୍କ ଘର କାମ ମଧ୍ୟ ଚାଲିଥିଲା। ଏହାପରେ ଦିନରେ ତାଙ୍କ ବାପା ଓ ମାଆ ମୁଲ ଲାଗୁଥିଲେ। ରାତି ହେଲେ ଘରେ ଇଟା ଯୋଡି କାନ୍ଥ ତିଆରି କରୁଥିଲେ। ଘର ଚଳାଇବାକୁ ଯାଇ ତାଙ୍କ ବାପା ପ୍ରତିଦିନ ରାତିରେ ଠେଲା ଦୋକାନ ଦେଉଥିଲେ ନହେଲେ ଇଲେକ୍ଟ୍ରି କାମ କରୁଥିଲେ ବୋଲି ସେ କହିଛନ୍ତି। ସେହିପରି ତାଙ୍କ ମା କେତେବେଳେ ପର ଘରେ ନହେଲେ ଭୋଜିରେ ରୁଟି ବେଲୁଥିଲେ ବୋଲି ସେ କହିଛନ୍ତି। ସେ ପଢ଼ିବେ ବୋଲି ତାଙ୍କ ବାପା ମାଆ ଯେଉଁ ପରିଶ୍ରମ କରୁଥିଲେ ତାହା ତାଙ୍କୁ ପ୍ରେରଣା ଯୋଗାଇଥିଲା ବୋଲି ସେ କହିଛନ୍ତି।

ପାଠ ପଢ଼ିବା ସମୟରେ ସେ ଅନେକ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ରୁଚି ରଖୁଥିଲେ। ସ୍କୁଲ ଛୁଟି ବେଳେ ପିଲାମାନଙ୍କୁ ପାଠ ପଢ଼ାଇ ହଷ୍ଟେଲ ଖର୍ଚ୍ଚ ବହନ କରୁଥିଲେ ବୋଲି ସାଫିନ୍ କହିଛନ୍ତି। ୧୦ମ ଶ୍ରେଣୀରେ ୯୨ ପ୍ରତିଶତ ମାର୍କ ରଖିବା ପରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବେ ବୋଲି ମନସ୍ଥ କରିଥିଲେ। ହେଲେ ଆବଶ୍ୟକ ଟଙ୍କା ନଥିଲା ପଢ଼ିବା ପାଇଁ। ହେଲେ ସେହି ବର୍ଷ ତାଙ୍କ ଜିଲ୍ଲାରେ ଏକ ଘରୋଇ ସ୍କୁଲ ଖୋଲିଥିଲା। ଏହି ସ୍କୁଲରେ ପାଠ ପଢ଼ିବା ପାଇଁ ଆବଶ୍ୟକ ଟଙ୍କା ତାଙ୍କ ବାପା ଭରଣ କରିବା ସମ୍ଭବ ନଥିଲା। ହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଙ୍କ ବାପା ଭେଟିବା ପରେ ପାଠ ପଢ଼ିବା ଖର୍ଚ୍ଚରେ କୋହଳ କରିଥିଲେ। ଏହି ସମୟରେ ସେ ଇଂରାଜୀ ଭଲ ଭାବରେ ଶିଖିଥିଲେ ଏବଂ ପ୍ରଥମ କରି ପିଜା, ବର୍ଗର ଖାଇଥିଲେ ବୋଲି ସାଫିନ କହିଛନ୍ତି।

ୟୁପିଏସସି ପରୀକ୍ଷା ଦେବାକୁ ଯିବା ପୂର୍ବରୁ ସାଫିନ୍ ଦୁର୍ଘଟଣାର ଶିକାର ହୋଇଥିଲେ। ଏହାପରେ ବି ସେ କଷ୍ଟେମଷ୍ଟେ ପରୀକ୍ଷା ହଲରେ ବସି ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ପରୀକ୍ଷା ଶେଷ ହେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି ସାଫିନ୍ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।



from Odisha Reporter https://ift.tt/2OLVvJU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages