ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ୫୯ ଆବେଦନକାରୀଙ୍କ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏ ବାବଦରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଏହି ଆଇନ ଉପରେ ରୋକ୍ ଲାଗାଇବା ପାଇଁ ଆବେଦନର ଜବାବ ଦେଇଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଏବେ ଏହି ନିୟମ ଲାଗୁ ହୋଇନଥିବାରୁ ରୋକ୍ ଲଗାଯିବାର ପ୍ରଶ୍ନ ଉଠୁନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଆବେଦନର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୨ରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ନାଗରିକତା ସଂଶୋଧନ ଆଇନ ୨୦୧୯ ସଂସଦରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ସାରିଛି। ଏହି ଆଇନକୁ ବିରୋଧ କରିବାକୁ ଯାଇ ସୁପ୍ରିମକୋର୍ଟରେ କଂଗ୍ରେସ ସାଂସଦ ତଥା ଆଇନଜୀବୀ କପିଲ ଶିବଲ ଆଜି ପକ୍ଷ ରଖି ଆଇନ୍ ଉପରେ ରୋକ୍ ଲଗାଇବାକୁ ଯୁକ୍ତି ବାଢ଼ିଥିଲେ। ଏହି ଆଇନ ଉପରେ ରୋକ୍ ଲଗାଇ ହେବ କି ନାହିଁ ଦେଖିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଥିଲେ।
from Odisha Reporter https://ift.tt/38RN7kk
No comments:
Post a Comment