ଦୁଇଦିନରେ ପ୍ରିୟଙ୍କାଙ୍କୁ ଦୁଇଟି ‌ଅନ୍ତର୍ଜାତୀୟ ସମ୍ମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 6, 2019

ଦୁଇଦିନରେ ପ୍ରିୟଙ୍କାଙ୍କୁ ଦୁଇଟି ‌ଅନ୍ତର୍ଜାତୀୟ ସମ୍ମାନ

ମୁମ୍ବାଇ: ବଲିଉଡ୍‌ରୁ କ୍ୟାରିୟର ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ନିଜ ଯାଦୁ ଚଲାଇଥିବା ପ୍ରିୟଙ୍କା ଏବେ ଗ୍ଲୋବାଲ୍‌ ଆଇକନ୍‌ ହୋଇଯାଇଛନ୍ତି। ଅନେକ ବଡ଼ ବଡ଼ ଅନ୍ତର୍ଜାତୀୟ ସମ୍ମାନରେ ତାଙ୍କୁ ସମ୍ମାନିତ କରାସରିଲାଣି। ଗତ ଦୁଇ ଦିନରେ ତାଙ୍କୁ ଦୁଇଟି ଅନ୍ତର୍ଜାତୀୟ ସମ୍ମାନ ମିଳିଛି।

ଗତ ୫ ତାରିଖରେ ପ୍ରିୟଙ୍କାଙ୍କୁ ସମାଜ ସେବା ପାଇଁ ୟୁନିସେଫ୍ ତରଫରୁ ‘Danny Kaye Humanitarian Award’ରେ ସମ୍ମାନିତ କରାଯାଇଥିଲା। ତେବେ ଗତକାଲି ତାଙ୍କୁ ପୁଣି ଏକ ବଡ଼ ସମ୍ମାନ ମିଳିଛି। ‘ମାରାକେଚ୍‌ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ତାଙ୍କୁ ସମ୍ମାନିତ କରାଯାଇଛି। ପ୍ରିୟଙ୍କାଙ୍କୁ ଏହି ସମ୍ମାନ ମୋରୋକ୍କୋର ଐତିହାସିକ ସ୍ଥଳ ‘ଜେମା ଏଲ୍‌ ଫନା ସ୍କୋୟାର୍‌’ରେ ପ୍ରଦାନ କରାଯାଇଥିଲା।। ଏଥିସହ ‘ମାରାକେଚ୍‌ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ସମ୍ମାନିତ ହେବାରେ ସେ ପ୍ରଥମ ଭାରତୀୟ ମହିଳା ସେଲେବ୍ରିଟି ହୋଇଯାଇଛନ୍ତି।

ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହାର ଏକ ଫଟୋ ଶେଆର୍ କରି ଖୁସି ଜାହିର କରିଛନ୍ତି। ସେ ଲେଖିଛନ୍ତି, ‘ମାରାକେଚ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ମାନିତ ହୋଇ ମୁଁ ବହୁତ ଗର୍ବ ଅନୁଭବ କରୁଛି। ଏହି ସମ୍ମାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ।’ ଏହି କାର୍ଯ୍ୟକ୍ରମକୁ ପ୍ରିୟଙ୍କା ଶାଢ଼ି ପିନ୍ଧି ଆସିଥିଲେ ଓ ଖୁବ୍ ସୁନ୍ଦର ଦେଖାଯାଉଥିଲେ।

ଏହି ଉତ୍ସବରେ ପ୍ରିୟଙ୍କାଙ୍କ ବ୍ୟତୀତ ଆମେରିକାର ଜଣାଶୁଣା ନିର୍ଦ୍ଦେଶକ ରବର୍ଟ ରେଡ୍‌ଫୋର୍ଡ, ଫ୍ରେଞ୍ଚ୍ ଫିଲ୍ମ ନିର୍ମାତା ବରଟ୍ରାଣ୍ଡ ତାବେର୍ନିୟର୍ ଓ ମୋରୋକ୍କୋର ଫିଲ୍ମ ଷ୍ଟାର୍‌ ମୋଆନା ଫତ୍ତେୟୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ସୂଚନାଯୋଗ୍ୟ, ପ୍ରିୟଙ୍କା ନିକଟରେ ସୋନାଲି ବୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସ୍କାଇ ଇଜ୍‌ ପିଙ୍କ’ ଜରିଆରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଥିଲେ। ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍‌ ପସନ୍ଦ କରିଛନ୍ତି। ଆଗକୁ ସେ ହ୍ରିତିକ୍‌ ରୋଶନ୍‌ଙ୍କ ସହ ଫିଲ୍ମ ‘କ୍ରିଶ୍‌ ୪’ରେ ନଜର ଆସିପାରନ୍ତି।



from Odisha Reporter https://ift.tt/38ihuQr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages