ଅଦିନିଆ ରଥଯାତ୍ରାରୁ ଓହରିଲା ନାରଦୀୟ ନିକୁଞ୍ଜ ଟ୍ରଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 6, 2019

ଅଦିନିଆ ରଥଯାତ୍ରାରୁ ଓହରିଲା ନାରଦୀୟ ନିକୁଞ୍ଜ ଟ୍ରଷ୍ଟ

ପୁରୀ (ଓଡ଼ିଶା ରିପୋର୍ଟର): ଡିସେମ୍ବର ୨୯ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ହେବାକୁ ଥିବା ରଥଯାତ୍ରାରୁ ଓହରିଛି ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ। ଉକ୍ତ ଦିନ ରାଧାକୃଷ୍ଣ ସତ୍‌ସଙ୍ଗ ଆୟୋଜନ କରିବା ଲାଗି ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସଂପାଦକ ବାବା ଚୈତନ୍ୟ ଏନେଇ ସ୍ପଷ୍ଟ କରିଛନ୍ତି।

ସୂଚନାରୁ ପ୍ରକାଶ, ଡିସେମ୍ୱର ୨୯ ତାରିଖରେ ରଥଯାତ୍ରା କରିବାକୁ ସ୍ଥିର ହୋଇଥିଲା। ସେଥିପାଇଁ ସୋଶାଲ ମିଡିଆରେ ପ୍ରଚାର ପ୍ରସାର କରାଯାଉଥିଲା। ଯାହାକୁ ଜଗନ୍ନାଥ ପ୍ରେମି ବିରୋଧ କରିବାରୁ ରଥଯାତ୍ରାରୁ ଓହରିଛି ଆୟୋଜକ ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ। ଏଭଳି ବିଜ୍ଞାପନ ଲାଗି କଲେ କ୍ଷମା ପ୍ରାର୍ଥନା କରୁଛି। ସୋଶାଲ ମିଡ଼ିଆରୁ ପ୍ରଚାରକୁ ହଟା ଯାଇଛି। ନିର୍ଦ୍ଧାରିତ ଦିନରେ ରଥଯାତ୍ରା ନୁହେଁ, ରାଧାକୃଷ୍ଣଙ୍କର ସତସଙ୍ଗ ଶୋଭାଯାତ୍ରା ହେବ। ଏଭଳି ତୃଟି ପାଇଁ ଓଡ଼ିଶା ବାସୀ କ୍ଷମା ଦିଅନ୍ତୁ। ଏନେଇ ଜଗନ୍ନାଥ ସେନା ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକଙ୍କୁ ଫୋନ୍‌ରେ ସୂଚନା ଦିଆଯାଇଛି ବୋଲି ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସଂପାଦକ ବାବା ଚୈତନ୍ୟ ସ୍ପଷ୍ଟ କରିଛନ୍ତି।



from Odisha Reporter https://ift.tt/2Lu0JYI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages