ନକଲି ଅମିତ ଶାହ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 28, 2019

ନକଲି ଅମିତ ଶାହ ଗିରଫ

ନୂଆଦିଲ୍ଲୀ: ହେଲୋ, ମୁଁ ଅମିତ ଶାହ କହୁଛି। ୩ କୋଟି ଟଙ୍କା ଶୀଘ୍ର ଏହି ଆକାଉଣ୍ଟରେ ଜମା କରିବାକୁ ଚେଷ୍ଟା କର। ଯଦି କରିବ ତାହେଲେ ଦଳରେ ପଦବୀ ଏବଂ କ୍ଷମତା ବଢ଼ିବ। ଏଥିଲା ହରିଆଣାର ଜଣେ ମନ୍ତ୍ରୀଙ୍କୁ ଫୋନ୍ କଲର କିଛି କଥାବାର୍ତ୍ତା। ତେବେ ଏହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କର ଫୋନ୍ କଲ୍ ନଥିଲା। ଦୁଇ ଜଣ ଯୁବକ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କର ପରିଚୟ ଦେଇ ହରିଆଣାର ମନ୍ତ୍ରୀ ଚୌଧୁରୀ ରଞ୍ଜିତ ସିଂହଙ୍କୁ ଫୋନ୍ କରିଥିଲେ। ଦିଲ୍ଲୀର ସ୍ପେଶାଲ ପୁଲିସ ଏବେ ଏହି ଦୁଇ ଜଣଙ୍କୁ ଗିରଫ କରିଛି।

ମନ୍ତ୍ରୀ ଚୌଧୁରୀଙ୍କ ପାଖରୁ ୩ କୋଟି ଟଙ୍କା ଠକେଇ କରିବା ଲକ୍ଷ୍ୟରେ ଗିରଫ ଦୁଇ ଜଣ ବ୍ୟକ୍ତି ଏପରି କରିଥିଲେ । ପୁଲିସର ସୂଚନା ଅନୁଯାୟୀ ଗିରଫ ହୋଇଥିବା ଦୁଇ ଯୁବକ ପଞ୍ଜାବର ଏକ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଛନ୍ତି। ଗିରଫ ହୋଇଥିବା ଦୁଇ ଛାତ୍ର ହେଲେ ଉପକାର ସିଂହ ଏବଂ ଜଗତାର ସିଂହ। ଏକ ମୋବାଇଲ ଆପ୍ସର ସାହାଯ୍ୟ ନେଇ ମନ୍ତ୍ରୀ ଚୌଧୁରୀ ରଣଜିତ ସିଂହଙ୍କୁ ଫୋନ୍ କରିଥିଲେ। ଯେଉଁ ନମ୍ୱରରୁ ସେମାନେ ଫୋନ୍ କରିଥିଲେ ତାହା ସ୍ୱରାଷ୍ଚ୍ର ମନ୍ତ୍ରୀଙ୍କର ଘର ନମ୍ୱର ବୋଲି କହିଥିଲେ।

ତେବେ ସନ୍ଦେହ ବଢ଼ିବାରୁ ଦିଲ୍ଲୀ ପୁଲିସରେ ହରିଣାର ସେହି ମନ୍ତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବଙ୍କୁ ଫୋନରେ କଥା ହୋଇଥିଲେ। ଏହାପରେ ଏଭଳି ଫୋନ୍ କଲ ଯାଇନଥିବା କହିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ । ଏହାପରେ ଅଭିଯୁକ୍ତଙ୍କୁ ପୁଲିସ ଦିଲ୍ଲୀ ଏବଂ ପଞ୍ଜାବର ମୋହାଲିରୁ ଗିରଫ କରିଛି। ପୁଲିସ ଦ୍ୱାରା ଗିରଫ ହେବା ପରେ ଦୁଇ ଯୁବକ ସମସ୍ତ ସତ କଥା କହିଛନ୍ତି। ପଇସାର ଆବଶ୍ୟକତା ଥିବାରୁ ସେମାନେ ଏଭଳି ପଦକ୍ଷେପ ନେଇଥିଲେ ବୋଲି କହିଛନ୍ତି।



from Odisha Reporter https://ift.tt/2QvlMMi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages