୨୦୧୯ରେ ସବୁଠୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 28, 2019

୨୦୧୯ରେ ସବୁଠୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି

ନୂଆଦିଲ୍ଲୀ: ସୀମାରେଖାରେ ଚଳିତ ବର୍ଷ ୩,୨୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ବିଗତ ୧୫ ବର୍ଷ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ମଧ୍ୟରୁ ଚଳିତଥର ସର୍ବାଧିକ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ତେବେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ଏବଂ ଧାରା ୩୭୦ ଉଚ୍ଛେଦ ହେବା ପରେ ସବୁଠୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଖାଲି ଏତିକି ନୁହେଁ ଅସ୍ତ୍ରବିରତି ଉଲ୍ଲଂଘନ ବେଳେ ମିସାଇଲ ଏବଂ ଆର୍ଟିଲାରୀ ବନ୍ଧୁକ ମଧ୍ୟ ବ୍ୟବହାର ହୋଇଥିଲା।

୭୭୮ କିଲୋମିଟର ଏଲଓସି ସୀମାରେ ଏହି ସମସ୍ତ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ମୁଖ୍ୟତଃ ଅଖନୁର, ପୁଞ୍ଚ, ଉରୀ ଏବଂ କେରନ ସେକ୍ଟରରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏହି ଅସ୍ତ୍ରବିରତି ବେଳେ ଦୁଇ ଦେଶ ମଧ୍ୟରେ ଅନେକ କ୍ଷତି ହୋଇଛି ବୋଲି ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି। ନିକଟରେ ୨୫ ଡିସେମ୍ୱରରେ ହୋଇଥିବା ରାମପୁର ଅସ୍ତ୍ରବିରତି ଉଲ୍ଲଂଘନ ବେଳେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ପାକିସ୍ତାନର ଦୁଇ ସେନା ନିହତ ହୋଇଥିଲେ।



from Odisha Reporter https://ift.tt/2ZClIia

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages