ସଲ୍‌ମାନ୍‌ ଓ ସନ୍ନି ନମ୍ବର ୱାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 3, 2019

ସଲ୍‌ମାନ୍‌ ଓ ସନ୍ନି ନମ୍ବର ୱାନ୍

ମୁମ୍ବାଇ: ‘ୟାହୁ ଇଣ୍ଡିଆ’ର ‘ଇୟର୍‌ ଇନ୍‌ ରିଭ୍ୟୁ ୨୦୧୯ ଲିଷ୍ଟ୍‌’ ସାମ୍ନାକୁ ଆସିଛି। ଏଥିରେ ଇଣ୍ଟରନେଟ୍‌ରେ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ବଲିଉଡ୍ ସେଲେବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ଆଉ ସେମାନେ ହେଲେ ବଲିଉଡ୍‌ର ‘ଦବଙ୍ଗ ଖାନ୍‌’ ସଲ୍‌ମାନ୍‌ ଓ ହଟ୍‌ ନାୟିକା ସନ୍ନି ଲିଓନ।

ଏହି ତାଲିକା ଅନୁୟାୟୀ, ଚଳିତ ବର୍ଷ ଇଣ୍ଟର୍‌ନେଟ୍‌ରେ ସଲ୍‌ମାନ୍‌ ଓ ସନ୍ନିଙ୍କୁ ଲୋକମାନେ ସବୁଠୁ ଅଧିକ ଥର ସର୍ଚ୍ଚ କରିଛନ୍ତି। ପୁରୁଷ ସେଲେବ୍ରିଟିଙ୍କର କ୍ଷେତ୍ରରେ ସଲ୍‌ମାନ୍‌ଙ୍କ ପରେ ଏହି ତାଲିକାରେ ଦ୍ୱିତୀୟ ନମ୍ବରରେ ରହିଛନ୍ତି ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ। ସେହିପରି ତୃତୀୟ ନମ୍ବରରେ ଅକ୍ଷୟ କୁମାର ଅଛନ୍ତି। ଅନ୍ୟପକ୍ଷରେ ସନ୍ନି ଲିଓନ ୨୦୨୯ର ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ମହିଳା ସେଲେବ୍ରିଟିଙ୍କ ତାଲିକାରେ ନମ୍ବର ୱାନ୍‌ରେ ରହିଛନ୍ତି। ସେହିପରି ପ୍ରିୟଙ୍କା ଚୋପ୍ରା ଦ୍ୱିତୀୟ ସ୍ଥାନରେ ଥିବାବେଳେ ରାକ୍ଷୀ ସାୱନ୍ତ ତୃତୀୟ ଓ ଦୀପିକା ପାଦୁକୋନ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହା ପୂର୍ବଥର ମଧ୍ୟ ସନ୍ନି ଏହି ତାଲିକାର ନମ୍ବର ୱାନ୍‌ରେ ଥିଲେ। ତେବେ ସଲମାନ୍‌ ଦ୍ୱିତୀୟ ନମ୍ବରରେ ଥିଲେ।

ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ରୋଶନ ଚଳିତ ବର୍ଷର ଷ୍ଟାଇଲ୍‌ ଆଇକନ୍‌ ହୋଇଥିବାବେଳେ ନବାଗତା ଅଭିନେତ୍ରୀ ସାରା ଅଲୀ ଖାନ୍‌ ଲେଡି ଷ୍ଟାଇଲ୍‌ ଆଇକନ୍‌ର ଟାଇଟଲ୍‌ ପାଇଛନ୍ତି।

 

 

 



from Odisha Reporter https://ift.tt/2sBxZ9U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages