ସୀମା ଟପିଲା ବର୍ବରତା: ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧି ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ସୀମା ଟପିଲା ବର୍ବରତା: ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧି ପିଟିଲେ

ଖୋର୍ଦ୍ଧା (ବଳରାମ ଲେଙ୍କା ): ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନୃଶଂସ ମାଡ଼। ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି  ଠେଙ୍ଗା, ବଲ୍ଲା ଓ କାଠ ଫାଳିଆରେ ବାରମ୍ବାର ପିଟି ପିଟି ଚାଲିଛନ୍ତି ୨ ଯୁବକ। ଦୀର୍ଘ ସମୟ ଧରି ଏପରି ଅମାନୁଷିକ କାଣ୍ଡ ଘଟିଚାଲିଥିଲେ ମଧ୍ୟ କେହି ବି ଅଟକାଇବାକୁ ଚେଷ୍ଟା କରୁ ନାହାନ୍ତି।

ଯୁବକଜଣକ ଛାଡ଼ି ଦେବାକୁ ଆକୁଳ ନିବେଦନ କରୁଥିଲେ ମଧ୍ୟ କିଛି ଫରକ ପଡ଼ୁନି। ପାଣି ଟୋପେ ମାଗିଲେ ମିଳୁଛି ପରିସ୍ରା ।  ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ ଗତ ୧୮ ତାରିଖରେ ଘଟିଥିବା ଘଟିଯାଇଛି ଏପରି ନିର୍ମମ କାଣ୍ଡ । ସମସ୍ତ ଗ୍ରାମବାସୀ ଏହାର ଦେଖଣାହାରୀ ସାଜିଥିବା ବେଳେ କେହି ଅଟକାଇବାକୁ ଚେଷ୍ଟା କରୁ ନ ଥିବାରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

ପୂରା ଘଟଣାଟି ଏହିପରି।  ପୂର୍ବ ବିବାଦକୁ ନେଇ କାଇପଦର ଓ ବଙ୍ଗିଦା ଗାଁର ଯୁବକଙ୍କ ମଧ୍ୟରେ ଗତ ଅଗଷ୍ଟ ମାସରେ କିଛି ଗଣ୍ଡଗୋଳ ହୋଇଥିଲା। ଏପରିକି କଥା ଥାନା ଯାଏ ମଧ୍ୟ ଯାଇଥିଲା। ଏହାପରେ ଆପୋଷ ବୁଝାମଣା ମଧ୍ୟରେ ମିମାଂସା ହୋଇଥିଲା। କିନ୍ତୁ ସୁଯୋଗ ଅପେକ୍ଷାରେ ଥିଲେ କାଇପଦର  ଗ୍ରାମର ଯୁବକ।

ଗତ ୧୮ ତାରିଖରେ ବଙ୍ଗିଦା ଗାଁର ଏହି ପୀଡ଼ିତ ଯୁବକଙ୍କୁ ଏକୁଟିଆ ପାଇ କାଇପଦର ଗାଁର ୨ ଯୁବକ ଉଠାଇ ଆଣିଥିଲେ। ଏହାପରେ ଦିନ ଦ୍ୱିପ୍ରହରରେ  ଗାଁର ଏକ ଗଛରେ ବାନ୍ଧି ପକାଇ ଆରମ୍ଭ କରି ଦେଇଥିଲେ ଅକଥନୀୟ ନିର୍ଯାତନା। ଯୁବକଜଣକ ଛାଡ଼ି ଦେବାକୁ କାକୁତି ମିନତି କରୁଥିଲେ ମଧ୍ୟ ସେମାନଙ୍କ ହୃଦୟ ତରଳୁ ନ ଥିଲା। ଗୋଟିଏ ପରେ ଗୋଟିଏ ଠେଙ୍ଗା ଆଣି ପିଟି ଚାଲିଥିଲେ। ପାଣି ଟୋପେ ମାଗିଲେ ପରିସ୍ରା ପିଇବାକୁ ବାଧ୍ୟ କରୁଥିଲେ।

ଘଟଣା ସମୟରେ ଗାଁର ବହୁ ଲୋକେ ବି ଉପସ୍ଥିତ ଥିଲେ। ହେଲେ କେହି ବି ନା ଅଟକାଇ ଥିଲେ ନା ଘଟଣାକୁ ବିରୋଧ କରିଥିଲେ ।  ଘଟଣା ସମୟର ଭିଡିଓ ଭାଇରାଲ ହେବା ପରେ ଏହା ଏବେ ଲୋକଲୋଚନକୁ ଆସିଛି। ହେଲେ ପୀଡ଼ିତ ଯୁବକ କେଉଁଠି ଅଛନ୍ତି, ତାଙ୍କ ଅବସ୍ଥା କିପରି ଅଛି, ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ନା ନାହିଁ ସେ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ।



from Odisha Reporter https://ift.tt/2ECoOsL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages