ନୂଆଦିଲ୍ଲୀ: ଯମୁନା ଏକ୍ସପ୍ରେସ ଘୋଟାଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ହୋଇଛି। ଉତ୍ତର ପ୍ରଦେଶ ସରକାର ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ସିବିଆଇ ଏବେ ଯମୁନା ଏକ୍ସପ୍ରେସ ଅଥରଟିର ପୂର୍ବତନ ସିଇଓ ସମେତ ୨୦ ଅନ୍ୟ ଜଣ ଲୋକଙ୍କ ବିରୋଧରେ ଏତଲା ଦେଇଛି। ଆଜି ସିବିଆଇ ପକ୍ଷରୁ ଏହି ସୂଚନା ଦେଇଛି।
ଉତ୍ତର ପ୍ରଦେଶରେ ଅଖିଳେଶ ସରକାର ବେଳେ ଯମୁନା ଏକ୍ସପ୍ରେସ ଅଥରଟି ତରଫରୁ ମଥୁରାର ୭ଟି ଗାଁରେ ୮୫ କୋଟି ଟଙ୍କାର ଜମି କିଣା ହୋଇଥିଲା। ଏହି ଜମି କିଣିବା ସମୟରେ ରାଜ୍ୟ ସରକାରଙ୍କୁ ୧୨୬ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏହି କ୍ଷତି ଜମି କିଣା ବେଳେ ଦୁର୍ନୀତି ପାଇଁ ହୋଇଛି ବୋଲି ଯୋଗୀ ସରକାର ଅଭିଯୋଗ ଆଣିଛନ୍ତି। ଏହାପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି।
ଏହି ଜମି ଘୋଟାଲାରେ ପୁଲିସ ଅଭିଯକ୍ତ ଭାବରେ ବୁଲନ୍ଦଶହରର ଅଜିତ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଜିତ ଯମୁନା ଏକ୍ସପ୍ରେସର ପୂର୍ବତନ ସିଇଓଙ୍କ ସମ୍ପର୍କୀୟ। ଏବେ ସିଇଓ ପିସି ଗୁପ୍ତା ଜେଲରେ ରହିଛନ୍ତି। ୧୫ ଡିସେମ୍ୱରରେ ଯମୁନା ଏକ୍ସପ୍ରେସ ଅଥରଟିର ତତ୍କାଳୀନ ସିଇଓ ସତୀଶ କୁମାରଙ୍କୁ ଗିରଫ କରିଛି ପୁଲିସ୍।
from Odisha Reporter https://ift.tt/2rrR1j1
No comments:
Post a Comment