ପାଳଙ୍ଗ ଶାଗ ଖାଆନ୍ତୁ, ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

ପାଳଙ୍ଗ ଶାଗ ଖାଆନ୍ତୁ, ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଶୀତଋତୁ ଚାଲିଛି। ଶୀତଦିନେ ସବୁଠାରୁ ଭଲ ଶାଗ ହେଉଛି ପାଳଙ୍ଗ। ଏହି ଋତୁରେ ହିଁ ପାଳଙ୍ଗ ଶାଗ ଅଧିକ ମିଳିଥାଏ। ଆଉ ଏହି ଋତୁରେ ସମସ୍ତେ ପାଳଙ୍ଗ ଶାଗ ନିହାତି ଖାଇବା ଉଚିତ୍। କାରଣ ଏଥିରେ ଅନେକ ଭିଟାମିନ୍ ରହିଛି। ତା’ ସହିତ ଏହାର ଅନେକ ଔଷଧୀୟ ଗୁଣ ରହିଛି, ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ। ଅନ୍ୟ ଶାଗ ଭଳି ପାଳଙ୍ଗ ଶାଗକୁ ଆପଣ ପିଆଜ ଦେଇ ଖରଡ଼ି ଖାଇପାରିବେ। ତା’ସହିତ ଏଥିରେ ଅନ୍ୟାନ୍ୟ ପନିପରିବା ଓ ପନିର ଆଦି ପକାଇ ବିଭିନ୍ନ ପ୍ରକାର ବ୍ୟଞ୍ଜନ ବି ତିଆରି କରିପାରିବେ। ଏପରିକି ପାଳଙ୍ଗ ସୁପ୍‌ ଓ ଜୁସ୍‌ ତିଆରି କରି ପିଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ପାଳଙ୍ଗ ଶାଗ ଖାଇଲେ କ’ଣ ସବୁ ଉପକାର ମିଳିଥାଏ।

୧. ପାଳଙ୍ଗ ଶାଗ ଶରୀରରେ କୋଲେଜନ୍‌ ନାମକ ତତ୍ତ୍ୱ ଉତ୍ପାଦନ କରିଥାଏ, ଯାହାଦ୍ୱାରା ତ୍ୱଚା ନରମ ଓ ଉଜ୍ଜ୍ୱଳ ହୋଇଥାଏ।

୨. ମୁହଁରେ ହେଉଥିବା ବ୍ରଣ ଓ ତ୍ୱଚା ସମ୍ୱନ୍ଧୀୟ ଅନ୍ୟାନ୍ୟ ରୋଗକୁ ଭଲ କରିବା ପାଇଁ ପାଳଙ୍ଗ ସାହାଯ୍ୟ କରିଥାଏ। ଏଥିରେ ଆଇରନ୍‌, ଭିଟାମିନ୍‌ ଏ, ଫୋଲେଟ୍‌, ଭିଟାମିନ୍‌ ଇ, ମ୍ୟାଗ୍ନେସିୟମ୍‌, ଫାଇବର୍‌ ଓ ପ୍ରୋଟିନ୍‌ ତ୍ୱଚା ପାଇଁ ବେଶ୍‌ ଲାଭକାରୀ। ଏହି ସମସ୍ତ ତତ୍ତ୍ୱ ତ୍ୱଚାକୁ ସୁସ୍ଥ ରଖିବା ସହିତ ହାନିକାରକ ବ୍ୟାକ୍ଟେରିଆଠାରୁ ତ୍ୱଚାକୁ ରକ୍ଷା କରିଥା’ନ୍ତି।

୩. ପାଳଙ୍ଗ ଖାଇଲେ ଶରୀରରେ ହେଉଥିବା ଜଳାପୋଡ଼ା ଓ ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ। ଏହାର କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଇରନ୍‌ ପ୍ରଚୁର ମାତ୍ରାରେ ରହିଛି। ଏହା ଅଷ୍ଟିଓଆର୍ଥରାଇଟିସ୍‌ ରୋଗକୁ କମ୍ କରିବାରେ ବି ସାହାଯ୍ୟ କରିଥାଏ।

୪. ଏଥିରେ ଥିବା ଆଇରନ୍‌ ଓ ମ୍ୟାଗ୍ନେସିୟମ୍‌ ଚିନ୍ତା ଓ ଦୁଃଖ ଦୂର କରିଥାଏ।

୫. ପାଳଙ୍ଗ ଶାଗ ଖାଇଲେ ଛୋଟ ପିଲାଙ୍କର ବୁଦ୍ଧି ତୀକ୍ଷ୍ଣ ହେବା ସହିତ ସ୍ମରଣ ଶକ୍ତି ଭଲ ରହିଥାଏ।

୬. ପାଳଙ୍ଗ ଖାଇଲେ ଶରୀରକୁ ଆବଶ୍ୟକ ମାତ୍ରାରେ ଫାଇବର୍‌ ମିଳିଥାଏ। ଫାଇବର୍‌ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।

୭. କେବଳ ଏତିକି ନୁହେଁ, ପାଳଙ୍ଗ ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି କରିଥାଏ।

 



from Odisha Reporter https://ift.tt/2Mslepe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages