ଡିଜେ ଶୁଣି ବଣଭୋଜିରେ ପଶିଗଲା ହାତୀ, ତାପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

ଡିଜେ ଶୁଣି ବଣଭୋଜିରେ ପଶିଗଲା ହାତୀ, ତାପରେ…

ବାରିପଦା (ମାଣିକଲାଲ ପାଣି): ବଣ ଭୋଜି ସହ ଡିଜେର ଧୂମ୍‌। ତାହା ପୁଣି ସହରର କୋଳାହଳଠୁ ଦୂର ଏକ ପର୍ବତ, ଜଙ୍ଗଲ ଘେରା ମନୋଲୋଭା ଜାଗାରେ। ଏ  ସମସ୍ତେ ନିଜ ସାଙ୍ଗ ସାଥୀରେ ମଜାମସ୍ତିରେ ବ୍ୟସ୍ତ ଥିବା ବେଳେ ଡିଜେ ଶବ୍ଦ ଶୁଣି ଜଙ୍ଗଲରୁ ବଣଭୋଜି ସ୍ଥଳକୁ ହଠାତ୍ ପଶି ଆସିଲା ହାତୀ। ଭୋଜି ପାଇଁ ରଖାଯାଇଥିବା ପନିପରିବା ଖାଇବା ସହ ନଷ୍ଟ କରିଦେଇଥିଲା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସିତାକୁଣ୍ଡା ଜଳପ୍ରପାତ ନିକଟରେ। ଏହି ସମୟ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ପୂରା ଘଟଣାଟି ହେଲା, ଗତ ଶନିବାର ସିତାକୁଣ୍ଡା ଜଳପ୍ରପାତ ନିକଟରେ କିଛି ଲୋକ ବଣଭୋଜି କରୁଥିଲେ। ଏହାସହ ଡିଜେ ବଜାଇ ମଜାମସ୍ତି କରୁଥିଲେ। ଏହି ସମୟରେ ନିକଟରେ ଥିବା ଏକ କାର୍ଯ୍ୟାଳୟରେ ରହୁଥିବା ପୋଷା ହାତୀ ବବଲୁକୁ ମହନ୍ତ ଜଙ୍ଗଲକୁ ଚରାଇବାକୁ ନେଉଥିଲେ। କିନ୍ତୁ ହାତୀଟି ଡିଜେ ଶବ୍ଦ ଶୁଣି ଭୋଜି ସ୍ଥଳକୁ ପଶି ଆସିଥିଲା। ଏହାପରେ ଭୋଜି ପାଇଁ ଥିବା ପନିପରିବାକୁ ଖାଇ ଦେଇଥିଲା ଓ ବହୁତ ନଷ୍ଟ ମଧ୍ୟ କରିଦେଇଥିଲା। କିଛି ସମୟ ପାଇଁ ବବଲୁର ହଙ୍ଗାମାରେ ଅସ୍ତବସ୍ତ ହୋଇଥିଲେ ସମସ୍ତେ। ପରେ ବବଲୁକୁ କାବୁ କରିଥିଲେ ମହନ୍ତ ଓ ବନବିଭାଗ କର୍ମଚାରୀ। ଏହି ସମୟର ଭିଡିଓ ଏବେ ଭାଇରାଲ ହୋଇଛି।



from Odisha Reporter https://ift.tt/375xSlT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages