ନାଗରିକତା ସଂଶୋଧନ ବିଲ୍: ରାଜ୍ୟସଭାରେ ବିଜେପି ସପକ୍ଷରେ କେଉଁ ଦଳ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 10, 2019

ନାଗରିକତା ସଂଶୋଧନ ବିଲ୍: ରାଜ୍ୟସଭାରେ ବିଜେପି ସପକ୍ଷରେ କେଉଁ ଦଳ?

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଗତ ହେବ ବହୁ ଚର୍ଚ୍ଚିତ ନାଗରିକତା ବିଲ୍। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲକୁ ରାଜ୍ୟସଭାରେ ଆଗତ କରିବେ। ମଧ୍ୟାହ୍ନ ୧୨ଟାରେ ଏହି ବିଲ୍ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି। ୬ ଘଣ୍ଟା ଧରି ଏହି ବିଲ୍ ଉପରେ ଆଜି ବତର୍କ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ଆଜି ରାଜ୍ୟସଭାରେ ପ୍ରଶ୍ନକାଳ ହେବ ନାହିଁ ବୋଲି ଜଣାପଡ଼ିଛି।

ଲୋକସଭାରେ ଶାସକ ଦଳ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ନାଗରିକତା ବିଲଟି ପାରିତ ହୋଇଯାଇଛି। ଏବେ ରାଜ୍ୟସଭାରେ ବିରୋଧୀ ଶାସକ ବିଜେପିକୁ ଚେକ୍ ଦେବେ ବୋଲି ରଣନୀତି ପ୍ରସ୍ତୁତ କରିଛନ୍ତି। ଟିଏମସି, କଂଗ୍ରେସ ଭଳି ବିଜେପିର କଡ଼ା ବିରୋଧୀ ଦଳ ଏହି ବିଲକୁ ରାଜ୍ୟସଭାରେ ପାସ କରାଇଦେବେନି ବୋଲି ଚେତାବନୀ ଦେଇ ସାରିଛନ୍ତି। ହେଲେ ଏହି ବିଲକୁ ଆଜି ବିଜେପି ପାସ୍ କରାଇବାରେ ସଫଳ ହେବ ବୋଲି ଜଣାପଡ଼ିଛି। କାରଣ ଏନଡିଏରେ ସାମିଲ୍ ନଥିବା ଦଳ ମଧ୍ୟ ଏହି ବିଲକୁ ରାଜ୍ୟସଭାରେ ସମର୍ଥନ କରିବେ ବୋଲି ଇଙ୍ଗିତ ଦେଇସାରିଛନ୍ତି।

ବିଲ୍ ପାରିତ ପାଇଁ କ’ଣ ରହିଛି ରାଜନୀତିକ ଗଣିତ

ରାଜ୍ୟସଭାରେ ୨୪୫ ସଦସ୍ୟଙ୍କ ମଧ୍ୟରୁ ଏବେ ୨୪୦ ଜଣ ସଦସ୍ୟ ରହିଛନ୍ତି। ବିଲ୍ ପାରିତ କରିବା ପାଇଁ ୧୨୧ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ରହିଛି। ୧୨୪-୧୩୦ ସଦସ୍ୟଙ୍କ ସମର୍ଥନ ଦଳ ପାଖରେ ରହିଛି ବୋଲି ବିଜେପି କହିଛି। ବିରୋଧୀ ପାଖରେ ୯୦-୯୩ ସଦସ୍ୟଙ୍କ ସମର୍ଥନ ରହିଛି ବୋଲି ଜଣାପଡ଼ିଛି। ତେଣୁ ଏହି ଗଣିତ ଅନୁସାରେ କେନ୍ଦ୍ର ସରକାର ବିଲକୁ ପାରିତ କରିବାରେ ସଫଳ ହେବେ।

ବିଜେପିକୁ କେଉଁ ଦଳ ଦେଲା ସମର୍ଥନ?

ବିଜେପି ପାଖରେ ନିଜ ଦଳୀୟ ସାଂସଦଙ୍କ ସମର୍ଥନ ୮୩ ରହିଛି। ଏବେ ତାମିଲନାଡୁର ଶାସକ ଦଳ ଏଆଇଏମଡିଏମକେ (୧୧), ଜେଡିୟୁ (୬), ଶୀରୋମଣି ଅକାଳି ଦଳ (୩), ଲୋକ ଜନଶକ୍ତି ପାର୍ଟି (୧), ଆରପିଆଇ (୧) ସମର୍ଥନ ରହିଥିବା ଜଣାପଡ଼ିଛି। ଏହାବାଦ୍ ଓଡ଼ିଶାର ବିଜୁ ଜନତା ଦଳ (୭), ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ (୨), ତେଲଗୁ ଦେଶମ ପାର୍ଟି (୨) ବିଲକୁ ସମର୍ଥନ କରିବେ ବୋଲି ଜଣାପଡ଼ିଛି।

ସେହିପରି ରାଜ୍ୟସଭାକୁ ୧୨ ଜଣ ମନୋନୀତ ହୋଇଛନ୍ତି। ଏହି ମନୋନୀତ ସଦସ୍ୟଙ୍କ ମଧ୍ୟରୁ ୮ ଜଣ ବିଜେପିରେ ଯୋଗ ଦେଇସାରିଛନ୍ତି। ବାକି ୪ ସଦସ୍ୟଙ୍କ ମଧ୍ୟରୁ ୩ ଜଣ ସଦସ୍ୟ ବିଲକୁ ସମର୍ଥନ କରିପାରନ୍ତି।

ତେବେ ଶିବସେନା ଓ ଜେଡିୟୁ ଉପରେ ରାଜ୍ୟସଭାରେ ନଜର ରହିବ। କାରଣ ଉଭୟ ଦଳ ଲୋକସଭାରେ ଏହି ବିଲକୁ ସମର୍ଥନ କରିଛନ୍ତି। ହେଲେ ରାଜ୍ୟସଭାରେ ବିରୋଧ କରିବେ ବୋଲି ଆଭାସ ମିଳିଛି। ଶିବସେନା ଯଦି ବିରୋଧ କରିବ ତାହେଲେ ୩ ସଦସ୍ୟ ବିରୋଧ କରିବେ। ସେହିପରି ଜେଡିୟୁ ଯଦି ବିରୋଧ କରିବ ତାହେଲେ ୬ ସଦସ୍ୟଙ୍କ ସମର୍ଥନ ହରାଇବ ବିଜେପି। ଏହାକୁ ନଜରରେ ରଖି ବିଜେପି ଏନଡିଏ ବାହାରର ୨୫ ସଦସ୍ୟଙ୍କୁ ନିଜ ସପକ୍ଷରେ ସମର୍ଥନ ଆଣିବା ପାଇଁ ପ୍ରସ୍ତୁତି କରିବାରେ ସଫଳ ହୋଇଥିବା ସୂଚନା ରହିଛି।

ଅନ୍ୟପଟେ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ପାଖରେ ମୋଟ୍ ୬୨ ଏବଂ ଅନ୍ୟାନ୍ୟ ଦଳର ସଦସ୍ୟଙ୍କୁ ମିଶାଇଲେ ୯୦-୯୩ ରହିବ ବୋଲି ଜଣାପଡ଼ିଛି। ହେଲେ ଶିବସେନା-ଜେଡିୟୁ ଯଦି ବିଲକୁ ସମର୍ଥନ ନ କରିବେ ତାହେଲେ ବିରୋଧ ସଂଖ୍ୟା ଅଧିକ ହେବ। ହେଲେ ବି ଶାସକ ଦଳ ୧୨୧ ସଦସ୍ୟଙ୍କ ସମର୍ଥନ ଜୁଟାଇବାରେ ସଫଳ ହେବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2P9Mtqx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages