ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ, ଯୋଗୀ ସରକାରଙ୍କୁ ଘେରିଲେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 6, 2019

ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ, ଯୋଗୀ ସରକାରଙ୍କୁ ଘେରିଲେ ବିରୋଧୀ

ଲକ୍ଷ୍ନୌ: ଉନ୍ନାଓ ପଡ଼ୀତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଯାଇଛି ରାଜନୀତି। ରାଜ୍ୟର ସମସ୍ତ ବିରୋଧୀ ଦଳ ଯୋଗୀ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପୀଡିତାଙ୍କୁ ନ୍ୟାୟ ଦାବିରେ ବିଧାନସଭାର ଫାଟକ ନମ୍ୱର ୨ ସାମ୍ନାରେ ଧାରଣା ଦେଇଛନ୍ତି। ସେହିପରି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦିଲ୍ଲୀରୁ ଉନ୍ନାଓ ଯାଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁଷ୍କର୍ମ ମାମଲା ଫାଷ୍ଟ୍ର ଟ୍ରାକ କୋର୍ଟରେ ହେବ। ୫ ଅଭିଯୁକ୍ତଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେହିପରି ବିଏସପି ସୁପ୍ରିମୋ ସୁଶୀ ମାୟାବତୀ ମଧ୍ୟ ପୀଡ଼ିତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ଖୁବଶୀଘ୍ର ରାଜ୍ୟ ସରକାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ। ସାରା ଦେଶରେ ଏଭଳି ଘଟଣା ବଢ଼ିବାରେ ଲାଗିଛି। ତେଣୁ କେନ୍ଦ୍ର ସରକାର ମଧ୍ୟ ଏଭଳି ଅପରାଧ କ୍ଷେତ୍ରରେ ନିୟମ କଡ଼ାକଡ଼ି କରିବା ଦରକାର।

ସୂଚନାଯୋଗ୍ୟ, ଗତକାଲି ରାତି ୧୧ଟା ୪୦ରେ ଉନ୍ନାଓ ପୀଡ଼ିତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପୀଡ଼ିତାଙ୍କର ମୃତ୍ୟୁ ଘଟିଛି



from Odisha Reporter https://ift.tt/352VmaQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages