ଜାମିଆରେ ପୁଲିସ୍‌ କାହିଁକି ପଶିଲା ଓ କେମିତି ଆକ୍ରମଣ କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

ଜାମିଆରେ ପୁଲିସ୍‌ କାହିଁକି ପଶିଲା ଓ କେମିତି ଆକ୍ରମଣ କଲା

ନୂଆଦିଲ୍ଲୀ: ଜାମିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ପୁଲିସର ବର୍ବରତାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ତେବେ ରବିବାର ପ୍ରକୃତିରେ କ’ଣ ଘଟିଥିଲା? ପୁଲିସ୍‌ କାହିଁକି ଜାମିଆ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିଲା ଓ ସେଠାରେ କେମିତି ଆକ୍ରମଣ କରିଥିଲା, ସେକଥା ଏବେ ସାମ୍ନାକୁ ଆସିଛି।

ଘଟଣା ଦିନ ୫୦ରୁ ୬୦ ଜଣ ଛାତ୍ରଛାତ୍ରୀ ଲାଇବ୍ରେରୀରେ ପଢ଼ୁଥିଲେ। ଏହି ସମୟରେ ପୁଲିସ୍‌ ବାହିନୀ ଏହା ମଧ୍ୟକୁ ପ୍ରବେଶ କରି ସମସ୍ତଙ୍କ ଉପରେ ଲାଠି ଚାର୍ଜ କରିଥିଲା। ଟିଅର ଗ୍ୟାସ ମଧ୍ୟ ମାଡ଼ କରିଥିଲା। ଏଥିରୁ ବର୍ତ୍ତିବା ପାଇଁ ଛାତ୍ରଛାତ୍ରୀମାନେ ଡେସ୍କ ତଳେ ଲୁଚିଥିଲେ ହେଁ ପୁଲିସ୍‌ ସେମାନଙ୍କୁ ସେଠାରେ ମଧ୍ୟ ମାଡ଼ ମାରିଥିଲା। ଏପରି କି ଉଭୟ ବାଳକ ଓ ବାଳିକା ହଷ୍ଟେଲ ପଶି ପୁଲିସ ତା’ର ଗୁଣ୍ଡାଗର୍ଦ୍ଦି ପ୍ରଦର୍ଶନ କରିଥିଲା।

ଜଣେ ଛାତ୍ର କହିଛନ୍ତି, ଜାମିଆ ପକ୍ଷରୁ ସିଏଏ ବିରୋଧରେ ଆନ୍ଦୋଳନ ହୋଇଥିଲା। ହେଲେ ଲାଇବ୍ରେରୀରେ ବସିଥିବା ଛାତ୍ରଛାତ୍ରୀମାନେ ଏଥିରେ କୌଣସି ପ୍ରକାରର ଭାଗ ନେଇ ନଥିଲେ। ତଥାପି ପୁଲିସ୍ ସମସ୍ତଙ୍କୁ ଆକ୍ରମଣ କରିଛି। ଛାତ୍ରୀମାନଙ୍କ ଚୁଟି ଘୋଷାରି ମାଡ଼ ମାରିଛି। କିଛି ବାହାର ଲୋକ ହିଂସା କରିବା ପରେ ବିଶ୍ୱବିଦ୍ୟାଳୟକୁ ପ୍ରବେଶ କରିଥିବା ପୁଲିସ କହୁଛି। ହେଲେ ବିଶ୍ୱବିଦ୍ୟାଳୟ ଗେଟ୍‌ ଭିତର ପଟୁ ବନ୍ଦ ରହିଥିଲା। ତଥାପି କେମିତି ସେମାନେ ପଶିଲେ?

ଆଉ ଜଣେ ଛାତ୍ର କହିଛନ୍ତି, “ପୁଲିସ୍‌ କ୍ୟାମ୍ପସରେ ପଶିବା ପୂର୍ବରୁ କୌଣସି ସ୍ଲୋଗାନ କିମ୍ବା ପଥର ମାଡ଼ ହୋଇ ନଥିଲା। ଶିକ୍ଷାର୍ଥୀମାନେ ପାଠ ପଢ଼ୁଥିଲେ। ପୁଲିସ୍‌ କିଛି ବିକ୍ଷୋଭକାରୀଙ୍କୁ ପିଛା କରି କ୍ୟାମ୍ପସକୁ ଆସିଥିଲା। ସେମାନେ ବିଶ୍ୱବିଦ୍ୟାଳୟର ଛାତ୍ର ନୁହନ୍ତି। ପୁଲିସ କ୍ୟାମ୍ପସ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।”

ରବିବାର ଜାମିଆ କ୍ୟାମ୍ପସର ସୁରକ୍ଷାକର୍ମୀ ତଥା ପୂର୍ବତନ ସେନା ଅଧିକାରୀ ମହମ୍ମଦ ଇରସାଦ ଖାନ ମଧ୍ୟ ପୁଲିସ୍‌ର ବର୍ବରତା ସମ୍ପର୍କରେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ପୁଲିସ୍‌ କ୍ୟାମ୍ପସରେ ପଶିବା ପରେ ସ୍ଥାନୀୟ ଅଞ୍ଚଳରେ ଥିବା ମସଜିଦ ଆଡ଼େ ଯାଇଥିଲା। ଏହାପରେ ପୁଲିସ୍‌ ସେଠାରେ ଥିବା ଇମାମଙ୍କୁ ପ୍ରବଳ ମାଡ଼ ମାରିଥିଲା। ମୁଁ ପ୍ରତିବାଦ କରିବାକୁ ମୋତେ ମଧ୍ୟ ପୁଲିସ୍‌ ଆକ୍ରମଣ କରିବାକୁ ପଛାଇ ନଥିଲା। ଇମାମଙ୍କ ସହ ମତେ ବି ମସଜିଦରୁ ତଳ ପର୍ଯ୍ୟନ୍ତ ଘୋଷାରି ଘୋଷାରି ଆଣି ମାଡ଼ ମରାଯାଇଛି।”



from Odisha Reporter https://ift.tt/2M3MPgj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages