ନୂଆଦିଲ୍ଲୀ: ଆଧାର କାର୍ଡ ସହିତ ପାନ୍ କାର୍ଡ ଲିଙ୍କ୍ ଅବଧିକୁ କେନ୍ଦ୍ର ସରକାର ପୁଣି ଥରେ ବଢ଼ାଇ ଦେଇଛନ୍ତି। ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍ କରିବାର ଶେଷ ତାରିଖ ଆଜି ଅର୍ଥାତ୍ ୨୦୧୯ ଡିସେମ୍ବର ୩୧ ତାରିଖ ରହିଥିଲା। ତେବେ ଗତକାଲି ସନ୍ଧ୍ୟାରେ ଏହାକୁ ୩ ମାସ ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।
ପୂର୍ବରୁ ସରକାର ଏହି ସମୟ ସୀମାକୁ ସେପ୍ଟେମ୍ବରରୁ ଡିସେମ୍ବର ମାସକୁ ବୃଦ୍ଧି କରିଥିଲେ। ଆଉ ଗତକାଲି ଅଷ୍ଟମ ଥର ପାଇଁ ଏହି ଅବଧିକୁ ବୃଦ୍ଧି କରାଯାଇଛି। ନିର୍ଦ୍ଧାରିତ ତାରିଖ ଭିତରେ ଆଧାର ଲିଙ୍କ୍ ନ ହେଲେ ପାନ୍ କାର୍ଡ ଅଚଳ ହୋଇଯିବ ବୋଲି ଆୟକର ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଛି।
from Odisha Reporter https://ift.tt/2MIIhfT
No comments:
Post a Comment