ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ବଡ଼ ପଲାଶପାଳ ପଞ୍ଚାୟତର ଭୋକା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ପୁଇଁ ହେବା ବେଳେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ରାଇମଣି ମୁଣ୍ଡା।
ଗତକାଲି ରାଇମଣି ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବାକୁ ଘର ଅଗଣାରେ ନିଆଁ ପୁଇଁ ହେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ତାଙ୍କ ଦେହ ସାରା ନିଆଁ ବ୍ୟାପୀ ଯାଇଥିଲା। ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବା ବେଳକୁ ସେ ପୂରା ଜଳି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2ZBomEC
No comments:
Post a Comment