ନୂଆବର୍ଷରେ ସରକାରଙ୍କ ମହଙ୍ଗା ମାଡ଼, ବଢ଼ିଲା ଅଣସବସିଡି ଗ୍ୟାସ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 31, 2019

ନୂଆବର୍ଷରେ ସରକାରଙ୍କ ମହଙ୍ଗା ମାଡ଼, ବଢ଼ିଲା ଅଣସବସିଡି ଗ୍ୟାସ ଦର

ନୂଆଦିଲ୍ଲୀ: ଅଣ-ସବସିଡି ଏଲପିଜି ଗ୍ୟାସ ବା ରୋଷେଇ ଗ୍ୟାସ୍‌ ଦର ବୃଦ୍ଧି କରି ନୂଆବର୍ଷରେ ସରକାର ଉପଭୋକ୍ତାଙ୍କୁ ଉପହାର ଦେଇଛନ୍ତି। ଆଜିଠୁ ଏହି ଦର ବୃଦ୍ଧି ହୋଇଛି। ଇଣ୍ଡିଆନ୍ ଓଏଲର ରିପୋର୍ଟ ଅନୁଯାୟୀ ଦିଲ୍ଲୀ ଏବଂ ମୁମ୍ୱାଇରେ ସିଲିଣ୍ଡର ପିଛା ୧୯ ଟଙ୍କା ଏବଂ ୧୯ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିବା ଜଣାପଡ଼ିଛି। ଗତବର୍ଷ ଅଗଷ୍ଟ ମାସରୁ ଏଯାବତ୍ ୫ ଥର ପାଇଁ ଏଲପିଜି ଗ୍ୟାସ ଦର ବୃଦ୍ଧି କରିଛନ୍ତି ସରକାର। ୫ ମାସ ମଧ୍ୟରେ ମୋଟ୍ ୧୪୦ ଟଙ୍କା ବଢ଼ିଛି।

ଦର ବୃଦ୍ଧି ପରେ ଏବେ ଦିଲ୍ଲୀରେ ଏଲପିଜି ଗ୍ୟାସ ଦର ୭୧୪ ଟଙ୍କା, କୋଲକାତାରେ ୭୪୭ ଟଙ୍କା, ମୁମ୍ୱାଇରେ ୬୮୪ ଟଙ୍କା ୫୦ ପଇସା, ଚେନ୍ନାଇରେ ୭୩୪ ଟଙ୍କା ହୋଇଛି। ପୂର୍ବରୁ ଦିଲ୍ଲୀରେ ୬୯୫ ଟଙ୍କା, କୋଲକାତାରେ ୭୨୫.୫ ପଇସା, ମୁମ୍ୱାଇ ୬୬୫ ଟଙ୍କା ଓ ଚେନ୍ନାଇରେ ୭୧୪ ଟଙ୍କା ଥିଲା।

ସୂଚନାଯୋଗ୍ୟ, ସରକାର ଏବେ ପ୍ରତି ଘର ପିଛା ୧୨ଟି ସିଲିଣ୍ଡର ସବସିଡି ଆକାରରେ ପ୍ରତିବର୍ଷ ଦେଉଛନ୍ତି। ଏହି ସିଲିଣ୍ଡର ଗୁଡ଼ିକ ୧୪.୨ କିଲୋଗ୍ରାମ ରହିଛି। ୧୨ଟା ସିଲିଣ୍ଡର ପରେ ଅଧିକ ସିଲିଣ୍ଡର କିଣିଲେ ଅଣସବସିଡି ମୂଲ୍ୟ ଅନୁସାରେ ଉପଭୋକ୍ତାଙ୍କୁ ଦେବାକୁ ପଡ଼ିବ।



from Odisha Reporter https://ift.tt/2QbAadE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages