ସିଏଏ ହିଂସା: ୧୧ ଦିନ ପରେ ୪ ନିର୍ଦ୍ଦୋଷ ଜେଲରୁ ମୁକୁଳିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 31, 2019

ସିଏଏ ହିଂସା: ୧୧ ଦିନ ପରେ ୪ ନିର୍ଦ୍ଦୋଷ ଜେଲରୁ ମୁକୁଳିଲେ

ମୁଜାଫରନଗର: ନାଗରିକତା ସଂଶୋଧନ ଆଇନ ହିଂସା ମାମଲାରେ ୪ ଜଣ ନିର୍ଦ୍ଦୋଷ ଉତ୍ତର ପ୍ରଦେଶ ମୁଜାଫରନଗର ଜେଲରୁ ୧୧ ଦିନ ପରେ ମୁକୁଳିଛନ୍ତି। ଏହି ୪ ଜଣଙ୍କ ମଧ୍ୟରୁ ଜଣେ ସରକାରୀ କିରାଣୀ ରହିଛନ୍ତି। ୨୦ ଡିସେମ୍ୱରରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ବେଳେ ପୁଲିସ ଏହି ୪ ଜଣଙ୍କୁ ଗିରଫ କରିଥିଲା। ପୁଲିସ ମୋଟ୍ ୭୩ ଜଣଙ୍କୁ ଏହି ମାମଲାରେ ଗିରଫ କରିଥିଲା। ପୁଲିସ ଏବେ ନିର୍ଦ୍ଦୋଷ ମାନଙ୍କୁ ଚିହ୍ନଟ କରୁଛି।

ସରକାରୀ କିରାଣୀ ମହମ୍ମଦ ଫାରୁକ ହିଂସା ବେଳେ ନିଜ ଅଫିସରେ କାମ କରୁଥିଲେ। ଏ ନେଇ ମହମ୍ମଦଙ୍କ ପରିବାର ଲୋକେ ପୁଲିସକୁ ପ୍ରମାଣ ଦେଇଥିଲେ। ଏହାପରେ ପୁଲିସ୍ ତାଙ୍କୁ ଛାଡ଼ି ଦେଇଛି। ଯଦି ଫାରୁକ ଅଫିସରେ ଥିଲେ କେଉଁ ଆଧାରରେ ଓ କେଉଁ ପରିସ୍ଥିତିରେ ମହମ୍ମଦଙ୍କୁ ମୁଜାଫରନଗର ପୁଲିସ ଗିରଫ କରିଥିଲା ତାହା ଏବେ ବଡ଼ ପ୍ରଶ୍ନ।

ଜେଲରୁ ମୁକୁଳିଥିବା ଅନ୍ୟ ତିନି ଜଣ ହେଲେ ଅତିକ ଅହମଦ, ଶୋଏବ ଏବଂ ଖଲିଦ। ଏହି ତିନି ଜଣ ମରେଠ ହସ୍ପିଟାଲକୁ ନିଜର ଜଣେ ସମ୍ପର୍କୀୟଙ୍କୁ ନେଇ ଯାଉଥିବା ବେଳେ ହିଂସା ଦେଖାଦେଇଥିଲା। ଏହାପରେ ପୁଲିସ ଏମାନଙ୍କୁ ଗିରଫ କରିଥିଲା ବୋଲି ଜଣାପଡ଼ିଛି।

ଜେଲ ସୁପରିଟେଣ୍ଡେଣ୍ଟ ସତପାଲ ଅନ୍ତିଲ କହିଛନ୍ତି, ତଦନ୍ତ ପରେ ଜଣାପଡ଼ିଛି ଏହି ୪ ଜଣ ନିର୍ଦୋଷ। ହିଂସାରେ ଏମାନଙ୍କର କୌଣସି ପ୍ରକାର ସଂପୃକ୍ତି ନାହିଁ। ତେଣୁ ଆଇନର ଧାରା ୧୬୯ ଆଧାରରେ ପୁଲିସ ଏମାନଙ୍କୁ ଖଲାସ କରିଛି। ହିଂସା ସ୍ଥଳରେ ସେମାନେ ଉପସ୍ଥିତ ଥିଲେ ତେଣୁ ହିଂସାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଏମାନଙ୍କୁ ସନ୍ଦେହ କରି ଗିରଫ କରିଥିଲା ବୋଲି ସେ କହିଛନ୍ତି।



from Odisha Reporter https://ift.tt/35aanXL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages