ଦେଶରେ ପ୍ରଥମ: ରାଜ୍ୟପାଳଙ୍କୁ ବିଧାନସଭା ମନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

ଦେଶରେ ପ୍ରଥମ: ରାଜ୍ୟପାଳଙ୍କୁ ବିଧାନସଭା ମନା!

କୋଲକାତା: ପଶ୍ଚିମବଙ୍ଗରେ ଆଜି ଏକ ଅଭୂତ ପୂର୍ବ ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ରାଜ୍ୟପାଳ ରାଜ୍ୟର ପ୍ରଥମ ନାଗରିକ ହୋଇଥିଲେ ହେଁ ତାଙ୍କୁ ମମତା ସରକାର ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ଦେଇ ନାହାନ୍ତି।

ବିଧାନସଭାକୁ ଆଜି ରାଜ୍ୟପାଳ ଜଗଦୀପ ଯାଇଥିବା ବେଳେ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍‌ରେ ତାଲା ପଡ଼ିଥିଲା। ଏହାକୁ ନେଇ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଅନ୍ୟ ଗେଟ୍‌ ବାଟ ଦେଇ ବିଧାନସଭାରେ ପ୍ରବେଶ କରିଛନ୍ତି। ଭାରତୀୟ ରାଜନୀତିରେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିଛି।

ମଙ୍ଗଳବାର ଠାରୁ ପଶ୍ଚିମବଙ୍ଗ ବିଧାନସଭା ମୁଲତବୀ ରହିଛି। ତେବେ ଆଜି ରାଜ୍ୟପାଳ ବିଧାନସଭାର ଐତିହାସିକ ବିଲଡିଂ ଓ ଲାଇବ୍ରେରୀ ଦେଖିବାକୁ ଚାହିଁଥିଲେ। ହେଲେ ସେ ବିଧାନସଭାରେ ପହଞ୍ଚିବା ପରେ ଭିଭିଆଇପି ଗେଟ୍‌ରେ ତାଲା ପଡ଼ିଥିଲା। ଶେଷରେ ରାଜ୍ୟପାଳ ବିଧାନସଭା ବାହାରେ ହିଁ ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ନିଜ କ୍ଷୋଭ ପ୍ରକାଶ କରି ରାଜ୍ୟପାଳ ଜଗଦୀପ କହିଛନ୍ତି, “ମୁଁ କେବେ ବି ଏଭଳି ସ୍ଥିତିର ସମ୍ମୁଖୀନ ହୋଇ ନଥିଲି। ବିଧାନସଭା ମୁଲତବୀ ହୋଇଛି। ଏହାର ଅର୍ଥ ନୁହେଁ, ଏହା ବନ୍ଦ ହୋଇ ଯାଇଛି। ତଥାପି କାହିଁକି ଗେଟ୍‌ ବନ୍ଦ ରଖାଗଲା? ବିଧାନସଭା ମୁଲତବୀ ରହିଲେ ବି ଏହାର ପୂରା ସଚିବାଳୟ ଖୋଲା ରହିବା କଥା।

ମୁଁ କେବଳ ଐତିହାସିକ ବିଲଡିଂ ଓ ଲାଇବ୍ରେରୀ ଦେଖିବାକୁ ଆସିଥିଲି। ହେଲେ ମୋ ସହ ଏମିତି ଘଟଣା ଘଟିଛି। ଭିଭିଆଇପି ଗେଟ୍‌ ବନ୍ଦ ଥିବାରୁ ମୁଁ ମିଡିଆ ଫାଟକ ଦେଇ ଭିତରକୁ ପ୍ରବେଶ କରିଥିଲି। ଏହା ମୋତେ ନୁହେଁ ପୂରା ଗଣତନ୍ତ୍ରକୁ ଅପମାନ।”

ଗତକାଲି ରାଜ୍ୟପାଳ ଜଗଦୀପ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀଙ୍କୁ ନିଜର ଗସ୍ତ ସମ୍ପର୍କରେ ଜଣାଇଥିଲେ। ତଥାପି ରାଜ୍ୟପାଳଙ୍କୁ ଏଭଳି ଅପମାନିତ କରିବା ପଛର କାରଣ କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ବିଭିନ୍ନ ପ୍ରସଙ୍ଗରେ ମମତା ଓ ରାଜ୍ୟପାଳଙ୍କ ମଧ୍ୟରେ ମତପାର୍ଥକ୍ୟ ରହୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

ମଙ୍ଗଳବାର ଗୃହକୁ ମୁଲତବୀ କରିବା ସମୟରେ ବାଚସ୍ପତି କହିଥିଲେ, “ଆମେ କିଛି ବିଲ ଉପସ୍ଥାପନ କରିବାକୁ ଚାହୁଁଛୁ। ଏହା ଗୃହରେ ଉପସ୍ଥାପନ ହେବା ପୂର୍ବରୁ ରାଜ୍ୟପାଳଙ୍କ ଅନୁମୋଦନ ଦରକାର। ଏହି ବିଲ ଗୁଡ଼ିକ ଛପା ହେବାକୁ ମଧ୍ୟ ଯାଇଥିଲା। ହେଲେ ବିଲ ଉପସ୍ଥାପନ ପାଇଁ ରାଜ୍ୟପାଳ ଏଯାଏ ଅନୁମତି ଦେଇନାହାନ୍ତି। ଆମେ ଚାହିଁଲେ ବି ଏହାକୁ ଉପସ୍ଥାପନ କରିପାରୁନାହିଁ। ତେଣୁ ଗୃହକୁ ଦୁଇ ଦିନ ପାଇଁ ମୁଲତବୀ ରଖାଯାଉଛି।”



from Odisha Reporter https://ift.tt/2r7eQwq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages