ତୃତୀୟ ଦିନ ପାଇଁ ସୋନପୁର ସବୁଠୁ ଥଣ୍ଡା ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ତୃତୀୟ ଦିନ ପାଇଁ ସୋନପୁର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । ଶୀତର ଲହରି ଆହୁରି ୨ ଦିନ ଯାଏ ରାଜ୍ୟକୁ ଥରାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜି ରାଜ୍ୟର ୧୬ ସହର ୧୦ ଡିଗ୍ରୀ ତଳେ ରହିଛି । ଲଗାତାର ତୃତୀୟ ଦିନ ପାଇଁ ସୋନପୁର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ରହିଛି। ଗତକାଲି ସୋନପୁର ତାପମାତ୍ରା ୩.୪ ଡିଗ୍ରୀ ଥିବା ବେଳେ ତା’ ପୂର୍ବ ଦିନ ୪ ଡିଗ୍ରୀ ତାପମାତ୍ରା ରହିଥିଲା।

ଏହାବ୍ୟତୀତ ଆଜି ୫.୬ ଡିଗ୍ରୀ ସହ ଅନୁଗୁଳ ଦ୍ୱିତୀୟ ସ୍ଥାନରେ ଓ  ଫୁଲବାଣୀ ୬.୩ ଡିଗ୍ରୀ ସହ ତୃତୀୟ ସ୍ଥାନରେ ରହିଛି। ଟିଟିଲାଗଡ଼ ୬.୫, ଦାରିଙ୍ଗବାଡ଼ି ୭, କେନ୍ଦୁଝର ୮.୪ ଡିଗ୍ରୀ, ବଲାଙ୍ଗିର ୮.୫, ବାଲେଶ୍ୱର ୮.୫, ସୁନ୍ଦରଗଡ଼ ୮.୫ ଡିଗ୍ରୀ, ସମ୍ବଲପୁରର ତାପମାତ୍ର ୮.୭ ଡିଗ୍ରୀ ରହିଛି। ସେହିପରି ଝାରସୁଗୁଡ଼ା ୮.୯, ଭବାନୀପାଟଣା  ୯ ଡିଗ୍ରୀ, କୋରାପୁଟ ୯.୨, ବାରିପଦା, ୯.୪, ତାଳଚେର ୯.୪ ଡିଗ୍ରୀ,କଟକ ୯.୫, ଭୁବନେଶ୍ୱରର ତାପମାତ୍ରା ୧୦.୬ ଡିଗ୍ରୀ ରହିଛି।

ଅସହ୍ୟ ଜାଡ଼ ଯୋଗୁଁ ୧୩ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର  ।

ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା, ସାନ ଇନ୍ଦୁପୁର ସହିତ କେନ୍ଦୁଝର ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ସକାଳୁ ବରଫର ଆସ୍ତରଣ ଦେଖିବାକୁ ମିଳିଥିଲା ।

 



from Odisha Reporter https://ift.tt/354pQbD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages